ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଦ୍ୱାରା ଦୁର୍ନୀତି ନିବାରଣ ସପ୍ତାହ -୨୦୨୩ ପାଳିତ…

ଫୁଲବାଣୀ : ସାରା ଦେଶରେ ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରିଥ‌ିବା ବେଳେ ଅକ୍ଟୋବର ୩୦ ଠାରୁ ନଭେମ୍ବର ୦୫ ପର୍ଯ୍ୟନ୍ତ ‘ଦୁର୍ନୀତି ନିବାରଣ ସପ୍ତାହ ’ ଭାବେ ପ୍ରତ୍ୟେକ ବର୍ଷ ପାଳିତ ହୋଇଆସୁଛି । ଏହି ପରିପ୍ରେକ୍ଷୀରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ତାଙ୍କର ସହଯୋଗୀ ସଂସ୍ଥା ଯଥା-ଓଡିଶା ମିଲେଟ୍ ମିସନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି, ଓ କ୍ରାଏ, କୋଲକତାଙ୍କ ସହାୟତାରେ ଜିଲ୍ଲାର ରାଇକିଆ, ଟିକାବାଲି, ଫିରିଙ୍ଗିଆ, ବ୍ଲକ୍‌ର ବିଭିନ୍ନ ସ୍ଥାନରେ ପାଳନ କରିଛି । ଏ ବର୍ଷର ଥିବା ସ୍ଲୋଗାନ୍ “କରପ୍‌ସନକୁ ନା’ କହିବା ଓ ଦେଶ ପ୍ରତି ପ୍ରତିସୃତି ବଦ୍ଧତା” ହେବା କୁ ଆଖ୍ ଆଗରେ ରଖି ବିଭିନ୍ନ ବର୍ଗର ଜନସାଧାରଣକୁ ସାମିଲ୍ କରି ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଆହ୍ୱାନ ଦିଆଯାଇଥିଲା । ଅନୁଷ୍ଠାନର ସମ୍ପାଦକ ଇ. ହରି ଶଙ୍କର ରାଉତ୍ ନିଜ ଅନୁଷ୍ଠାନରେ କର୍ମରତ ସମସ୍ତ କର୍ମକର୍ତ୍ତାଙ୍କୁ ଦୁର୍ନୀତି କୁ ବିରୋଧ କରି ଦୁର୍ନୀତି ହେଉଥ‌ିବା ସ୍ଥାନରେ ଚୁପ୍ ନ ରହି ସ୍ବର ଉତ୍ତୋଳନ କରିବାକୁ ଉପଦେଶ ଦେଇଥିଲେ । ଆଖପାଖରେ ଘଟୁଥିବା ଛୋଟ ବଡ ଦୁର୍ନୀତି କିପରି ଘଟିଥାଏ ଓ ଦୁର୍ନୀତିର ସଜ୍ଞାକୁ ବୁଝିବା ସହ ଲାଞ୍ଚ ନେଉଥ‌ିବା ବ୍ୟକ୍ତି ଓ ଲାଞ୍ଚ ଦେଉଥ‌ିବା ବ୍ୟକ୍ତି ଉଭୟ ଆଇନ୍ ଆଖ୍ୟାରେ ଦୋଷି ହୋଇଥାଆନ୍ତି ବୋଲି ଅନୁଷ୍ଠାନର ବରିଷ୍ଠ କର୍ମୀ ଗିରିଶଚନ୍ଦ୍ର ସାମଲ ମତବ୍ୟକ୍ତ କରିଥିଲେ । ଏହାର ସଂପୂର୍ଣ୍ଣ ନିରାକରଣ କରିବାକୁ ହେଲେ ଜନସାଧାରଣ ସଚେତନ ହେବା ଓ ଏକତ୍ର ହୋଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଘଟୁଥିବା ସମସ୍ତ ଦୁର୍ନୀତିର ପର୍ଦାଫାସ୍ କରି ଭିଜିଲାନ୍ସ୍ ଅଧିକାରୀଙ୍କ ଦୃଷ୍ଟି ଗୋଚର କରି ଦଣ୍ଡାବିଧାନ କରିବା ବୋଲି କର୍ମୀ ବିଶ୍ଵ ରଞ୍ଜନ କର ସୂଚନା ଦେଇ କହିଥିଲେ । ସରକାଙ୍କ ତରଫରୁ କାର୍ଯ୍ୟକାରୀ ହେଉଥ‌ିବା ସମସ୍ତ ଲୋକାଭିମୁଖୀ କାର୍ଯ୍ୟର ସଠିକ୍ ନୀରିକ୍ଷଣ ଓ ତଦାରଖ କରିପାରିଲେ ଏହାର ନିରାକରଣ ସମ୍ଭବ ବୋଲି ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ଆଲୋଚନାରେ ଭାଗ ନେଇ କହିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରକଳ୍ପ ତରଫରୁ ସମସ୍ତ କର୍ମକର୍ତ୍ତା , ସ୍ନେହଲତା ନାୟକ, କନକଲତା ପାତ୍ର, ସୀତା ରଣା, ବିଶ୍ୱରଞ୍ଜନ ଦଳବେହେରା, ସୁସ୍ମିତା ଜେନା, ପ୍ରଦୀପ କୁମାର ସ୍ବାଇଁ ସହ ଅନ୍ୟାନ୍ୟ କର୍ମକ ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.