ପୁରୁଷୋତ୍ତମପୁର କୁ ମୁଖ୍ୟମନ୍ତ୍ରୀ ଙ୍କ କୋଟି କୋଟି ଟଙ୍କାର ଅନୁଦାନ…

ପୁରୁଷୋତ୍ତମପୁର:୨-୧୧ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁର ବ୍ଲକ ର ଉନ୍ନତି କରଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ କୁ ଅର୍ଥ ପଦାନ କରିଛନ୍ତି l ମା ତାରାତାରିଣୀ ମନ୍ଦିର ର ଉନ୍ନତି କରଣ ନିମତ ୩୫ କୋଟି ଏବଂ ଏହାର ପାଦଦେଶରେ ବହି ଯାଇଥିବା ଆନିକଟ ଏବଂ ବେରଜେ ନିର୍ମାଣ ନିମତେ ୧୮ କୋଟି ୫୦ ଲକ୍ଷ, ପତାପୁରରେ ଅବସ୍ଥିତ ତୁମ୍ବେଶ୍ୱର ମନ୍ଦିର କୁ ୧ କୋଟି ୧୦ ଲକ୍ଷ, ନୂଆଗାଁ ଗୁପ୍ତେଶ୍ୱର ମନ୍ଦିରର ଉର୍ନତି ପାଇଁ ୧କୋଟି ୧୮ ଲକ୍ଷ୍ୟ ଏବଂ ପୁରୁଷୋତ୍ତମପୁର ସହରରେ ଥିବ ତାରାତାରିଣୀ ମହାବିଦ୍ୟାଳୟ କୁ ୫ ଟି ରେ ରୂପାନ୍ତରଣ କରିବା ନିମତେ ୨ କୋଟି ଅର୍ଥ ମଞ୍ଜୁରୀ କରିଛନ୍ତି l ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଏହି ସବୁ ଯୋଜନା ଗୁଡିକୁ ଲୋକାଭିମୁଖୀ କରିବା ନିମତେ ଆଜି ପୁରୁଷୋତ୍ତମପୁର ସହରର N. D HIGH SCHOOL ଠାରେ ଏକ ପ୍ରୋଗ୍ରାମ ଆୟୋଜନ କରାଯାଇଥିଲା ଏଥିରେ ବିଡିଓ ମନୋଜ ନାୟକ, ତହସିଲଦାର ଲୋପାମୁଦ୍ରା ରଥ, ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତି, ଜୀବନ ବିନ୍ଦୁ ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ ଅଧକ୍ଷ ପିଙ୍କି ବେହେରା,୩୬ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀ ଭଜମନ ବେହେରା, ୩୭ ନମ୍ବର ଜୋନ ଜିଲ୍ଲା ପରିଷଦ ରଞ୍ଜିତ ବେହେରା ଏବଂ ବିଶିଷ୍ଠ ସମାଜ ସେବି ଜଗତବନ୍ଧୁ ପଣ୍ଡା ମୋହଦୟ ଏହି ସମସ୍ତେ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.