ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ : ପୂଜାଅର୍ଚନା କରି ଲିଙ୍ଗକୁ ପ୍ରତିଷ୍ଠା କଲେ ଗ୍ରାମବାସୀ

ଫୁଲବାଣୀ : ପ୍ରଥମେ ପୂଜକଙ୍କୁ ହେଲା ସ୍ୱପ୍ନାଦେଶ I ପରେ ମାଟି ଖୋଳିଲା ପରେ ମାଟିତଳୁ ବାହାରିଲା ଏକ ବିରାଟ ଶିବ ଲିଙ୍ଗ I ତାପରେ ଶିବ ଲିଙ୍ଗ ଦର୍ଶନ ପାଇଁ ଛୁଟୁଛି ଭକ୍ତଙ୍କ ସୁଅ I ଏମିତି ଏକ ଔଲୋକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ଗାଁରେ I ଗାଁ ରେ ଥିବା ତ୍ରିନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ତଲୁ ଗ୍ରାମବାସୀ ମାଟି ଖୋଳି ଏହି ଶିବଲିଙ୍ଗଟିକୁ ଆବିଷ୍କାର କରିଛନ୍ତି I ସୂଚନା ଅନୁସାରେ ଏହି କ୍ରାଣ୍ଡିବାଲି ଗାଁରେ ପ୍ରାୟ 50 ବର୍ଷରୁ ଅଧିକ ସମୟ ଧରି ତ୍ରିନାଥ ଠାକୁର ପୂଜା ପାଇଁ ଆସୁଛନ୍ତି I ପ୍ରତ୍ୟେକ ରବିବାର ଦିନ ପରି ଗତ ରବିବାର ଦିନ ମଧ୍ୟ୍ୟ ତ୍ରିନାଥ ମନ୍ଦିରର ପୂଜକ ତ୍ରିନାଥ ଦଶମୁଲ ମିଶ୍ର ପୂଜା ସାରି ମନ୍ଦିର ଭିତରେ ଶୋଇଥିଲେ I ଶୋଇବା ସମୟରେ ପୂଜକଙ୍କୁ ସ୍ୱୟଂ ଭଗବାନ ଶିବ ସ୍ୱପ୍ନରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ଆମ୍ବ ଗଛ ମୂଳରେ ଆବିର୍ଭାବ ହେବା କଥା କହିବା ସହ ମାଟିତଳୁ ତାଙ୍କୁ ବାହାର କରି ପୂଜାଅର୍ଚନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଆଗରୁ ମଧ୍ୟ ପୂଜକଙ୍କୁ ଏମିତି ସ୍ବପ୍ନାଦେଶ ମିଳିଥିବା ପୂଜକ ଜଣକ କହିଥିବା ବେଳେ ମନ୍ଦିର ପାର୍ଶ୍ୱରେ ରହୁଥିବା ଜମ୍ବେଶ୍ୱର ଦିଗାଲ ନାମକ ଜଣେ ବ୍ୟକ୍ତି ମଧ୍ୟ୍ୟ ଉକ୍ତ ଅମ୍ବଗଛରୁ ବାରମ୍ବାର ଏକ ଜ୍ୟୋତି ବାହାରି ଶୂନ୍ୟ ଆକାଶରେ ମିଳେଇ ଯାଉଥିବା ଦେଖିବାକୁ ପାଇଥିବା ସୂଚନା ମିଳିଛି I ତେବେ ସୋମବାର ସକାଳୁ ପୂଜକ ଜଣକ ଗ୍ରାମବାସୀ ଙ୍କୁ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଲା ପରେ ଉକ୍ତ ଆମ୍ବ ଗଛ ମୂଳରେ ଖୋଳିବା କାର୍ଯ୍ୟ ଆରମ୍ଭ କରାଯାଇଥିଲା I ମାଟି ଖୋଳିବା ପରେ ସତକୁ ସତ ମାଟିତଳୁ ଏକ ବଡ଼ ଶିବଲିଙ୍ଗ ବାହାରିଥିଲା I ଅନ୍ୟପଟେ କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ଏଭଳି ମାଟିତଳୁ ଶିବଲିଙ୍ଗ ବାହାରିବା ପରେ ଏହି ଶିବ ଲିଙ୍ଗ ଦର୍ଶନ କରିବା ପାଇଁ ଘଟଣା ସ୍ଥଳକୁ ଶତାଧିକ ଭକ୍ତଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି I ଏମିତିକି ଏହି ଲିଙ୍ଗ ଦର୍ଶନ କରିବା ପାଇଁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସହ ଲୋଇସିଂ ସରପଞ୍ଚ ସୁଦର୍ଶନ କହଁର ଓ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ୍ୟ ପହଞ୍ଚି ଲିଙ୍ଗ ଦର୍ଶନ କରିଥିବା ଦେଖିବାକୁ ମିଳିଛିI ତେବେ ବୁଧବାର ମାଟିତଳୁ ବାହାରି ଥିବା ଶିବ ଲିଙ୍ଗକୁ ଅନୁଷ୍ଠାନିକ ଭାବରେ ହୋମଯଜ୍ଞ ପୂଜାର୍ଚନା କରି ପ୍ରତିଷ୍ଠା କରାଯାଇଥିବା ବେଳେ ପ୍ରତିଷ୍ଠା ସମୟରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିକିଛି I ଏହି ଅବସରରେ ଫିରିଙ୍ଗିଆ ବିଡ଼ିଓ ଅନୁପ ଅଭିଶେକ ବେହେରାଙ୍କ ସହ ଦୁଇ ପୂର୍ବତନ ବିଧାୟକ ଦୁଗୁନି କହଁର, ଦେବେନ୍ଦ୍ର କହଁର, ବ୍ଲକ ଅଧକ୍ଷା ନମିତା କହଁର, ଜିଲ୍ଲା ପରିଷଦ ସଭ୍ୟ ନୀଳଗିରି ଡିଗାଲ, ଜୟଶ୍ରୀ କହଁର, ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶିବ ଲିଙ୍ଗ ଦର୍ଶନ କରିଥିବା ବେଳେ ବୁଧୁବାର ଦିନ ଠାରୁ ପ୍ରତ୍ୟହ ଏହି ସ୍ଥାନରେ ବାବା ମହେଶ୍ୱର ଭାବରେ ଭଗବାନ ଶିବ ପୂଜା ପାଇବେ ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ଦିଆଯାଇଛି ।

nis-ad
Leave A Reply

Your email address will not be published.