ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା-୨୦୨୩ : ଜିଲ୍ଲାରୁ ୮୭ ଜଣ ତୀର୍ଥଯାତ୍ରୀଙ୍କ ଯାତ୍ରାରମ୍ଭ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା-୨୦୨୩ ରେ କନ୍ଧମାଳ ଜିଲ୍ଲାରୁ ୮୭ ଜଣ ତୀର୍ଥଯାତ୍ରୀ ଆଜି ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ପୂର୍ବାହ୍ନରେ ସାର୍ତ୍ତାଗୁଡ଼ା ସ୍ଥିତ ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ଟ କୋଠା ପରିସରରୁ ଦୁଇ ଗୋଟି ବସ୍ ଯୋଗେ ସେମାନଙ୍କୁ ବ୍ରହ୍ମପୁର ନିଆଯାଇଛି । ସେମାନେ ଆସନ୍ତା କାଲି ବ୍ରହ୍ମପୁର ଠାରୁ ଟ୍ରେନ୍ ଯୋଗେ କନ୍ୟାକୁମାରୀ ତ୍ରିଭେନ୍ଦ୍ରମ ଯାତ୍ରା କରିବେ ବୋଲି ଜଣାପଡ଼ିଛି । ମାନ୍ୟବର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୁଭାରମ୍ଭ ସମୟରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ମାଲେସ ପାତ୍ରେ, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.