ବିଶ୍ଵ ମିତବ୍ୟୟିତା ଦିବସ-୨୦୨୩ ପାଳିତ

ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ ଓ ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ଵ ମିତବ୍ୟୟିତା ଦିବସ-୨୦୨୩ ପାଳନ କରାଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ମିତବ୍ୟୟୀ ହେବା ଓ ସଞ୍ଚୟ ଅଭ୍ୟାସ ଉପରେ ସଚେତନତା ସୃଷ୍ଟିକରିବା ପାଇଁ ତା.୩୧.୧୦.୨୦୨୩ ରୁ ୧୪.୧୧.୨୦୨୩ ପର୍ଯ୍ୟନ୍ତ ସଞ୍ଜୟ ପକ୍ଷ-୨୦୨୩ ପାଳନ କରାଯିବ ବୋଲି ଜଣାପଡ଼ିଛି । ଏହି ଉପଲକ୍ଷେ ଏକ ସଞ୍ଜୟ ରଥ ଜିଲ୍ଲା ପରିକ୍ରମା କରି ଲୋକମାନଙ୍କୁ ମିତବ୍ୟୟ ଓ ସଞ୍ଚୟ ଅଭ୍ୟାସ ଉପରେ ସଚେତନତା କରିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏହି ରଥ ବାହାରିଥିଲା । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଏହି ସଞ୍ଚୟ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରିକ୍ରମା ସମୟରେ ସୁରକ୍ଷିତ ଡିଜିଟାଲ ବ୍ୟାଙ୍କିଙ୍ଗ୍ ଅଭ୍ୟାସ, ଭାରତୀୟ ରଜର୍ଭ ବ୍ୟାଙ୍କ ଦ୍ଵାରା ନିୟନ୍ତ୍ରିତ ସଂସ୍ଥା/ଭାରତୀୟ ରିଜର୍ଭ ବ୍ୟାଙ୍କର କୌଣସି ବିଭାଗ ବିରୁଦ୍ଧରେ କିପରି ଅଭିଯୋଗ ଦାଖଲ କରିବ, ୩୦ ଦିନ ମଧ୍ୟରେ ସମାଧାନ ନ ହେଲେ କ’ଣ କରିବ, ଆପଣଙ୍କ କଷ୍ଟ ଉପାର୍ଜିତ ଅର୍ଥର ସଠିକ୍ ଓ ସୁରକ୍ଷିତ ବିନିଯୋଗ କିପରି କରିବ, ବିପଦପୂର୍ଣ୍ଣ ସଞ୍ଚୟ ଓ ଅସୁରକ୍ଷିତ ଭବିଷ୍ୟତ ଏବଂ ନିରାପଦ ସଞ୍ଚୟ ଓ ସୁରକ୍ଷିତ ଭବିଷ୍ୟତ କ’ଣ, ପି.ଏମ୍.ଜେ.ଜେ.ବି.ଓ୍ବାଇ. ବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କେମ୍ /ଦାବି ପ୍ରକ୍ରିୟା କ’ଣ, ପ୍ରଚଳିତ ସ୍ଵଳ୍ପ ସଂଚୟ ଯୋଜନା- ଏକ ଦୃଷ୍ଟିପାତ ଉପରେ ପ୍ରଚାର ପତ୍ରିକା ବଣ୍ଟନ କରାଯିବ ବୋଲି ସଞ୍ଚୟ ଓ ଆର୍ଥିକ ସେବା ବିଭାଗ, କନ୍ଧମାଳର ସହକାରୀ ନିର୍ଦ୍ଦେଶକ ବିଜୟ ଚନ୍ଦ୍ର ପାଳ ସୂଚନା ଦେଇଛନ୍ତି।ସଞ୍ଜୟ ରଥର ଶୁଭାରମ୍ଭ ସମୟରେ, କନ୍ଧମାଳ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କୁମାର ସାହୁ, ସଞ୍ଜୟ ଓ ଆର୍ଥିକ ସେବା ବିଭାଗ, କନ୍ଧମାଳର ସହକାରୀ ନିର୍ଦ୍ଦେଶକ ବିଜୟ ଚନ୍ଦ୍ର ପାଳ, ବିଭାଗୀୟ ପଦାଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.