ଚୋରା ବାଲି ସମ୍ରାଟ ପଛରେ ଥିବା ଅଦୃଶ୍ୟ ଶକ୍ତିର ଅଧିକାରୀ କିଏ..? ଧିରେ ଧିରେ ଗୁମର ଖୋଲୁଛି ପୋଲିସ…

ପୋଲିସ କବ୍ଜା ରେ ମାଫିଆର ଦୁଇ ସହଯୋଗୀ…


ଭୁବନେଶ୍ବର:୩୦-୧୦ ଚୋରା ବାଲି ର ସମ୍ରାଟ କୃପାସିନ୍ଧୁ ମୁଦୁଲି ର ଗୁମର ଗୋଟେ ପରେ ଗୋଟେ ଏବେ ଖୋଲିବାରେ ଲାଗିଛି।ସମ୍ରାଟ ର ହାତକୁ ହାତ ମିଶାଇ ଏହି ଚୋରା କାରବାର ର ସହଯୋଗ କରୁଥିବା ବ୍ୟକ୍ତି ଏବେ ଅଣ୍ଡାର ଗ୍ରାଉଣ୍ଡ ହୋଇଥିବା ଜଣାପଡିଛି। ସମ୍ରାଟ ର ବାଉନ୍ସେର ସୁଶାନ୍ତ ବିଷୟି ଓ ମ୍ୟାନେଜର ଶ୍ରୀକାନ୍ତ ପଣ୍ଡା କୁ ପୋଲିସ ଗିରଫ କରିଛି।ଏହି ଚୋରା ବାଲି ବ୍ୟବସାୟ ଆଜିକାର ନୁହେଁ। ସମ୍ରାଟ ର ନିର୍ଦ୍ଦେଶ ରେ ତାର ସହଯୋଗୀ ମାନଙ୍କୁ ତତ୍କାଳୀନ ଅଧିକାରୀ ମାନେ ଅଶିର୍ବାଦ ଦେଇ ବାଲି ଘାଟ କୁ ସୁରକ୍ଷା ଦେଉ ଥିଲେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେଲେ ଚୋରା ବାଲି ଚାଲାଣ ରେ ଲଗାମ ଲାଗିବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ନିସର୍ତ୍ତ ଗଞ୍ଜାମ ର ଦୁଇ ରାଜା ଙ୍କ ସମ୍ପର୍କରେ ଖବର ପ୍ରକାଶ ହୋଇଥିଲା। ସେହି ଦୁଇ ରାଜା ଙ୍କ ଇଙ୍ଗିତ ଓ ସହଯୋଗ ରେ ଆଜି ଗଞ୍ଜାମ ଜିଲ୍ଲାରେ ଏହି ଚୋରା ବାଲି ସମ୍ରାଟ ର ସାମ୍ରାଜ୍ୟ ବଢିଛି ବୋଲି ଚର୍ଚ୍ଚା ଜୋର ଧରିଛି। ସମ୍ରାଟ ଠାରୁ ଅଧିକ କୁବେର ହୋଇଛନ୍ତି, ତାର ବହୁ ଛାୟା ତଳେ ରହିଥିବା ଭାଇ ମାନେ।ସମ୍ରାଟ ର ଛାଇ ରେ ବହୁ ତହସିଲଦାର ମଧ୍ୟ ରହିଥିବା ଗୁମର ଏବେ ଧିରେ ଧିରେ ଖୋଲୁଛି। ସମ୍ରାଟ ର ସହଯୋଗ ଙ୍କ ସମ୍ପତି ଓ ବ୍ୟାଙ୍କ ଆକାଉଣ୍ଟ ତଦାରଖ କଲେ ସରକାର ଙ୍କ କୋଟି କୋଟି ଟଙ୍କା କୁ ଆତ୍ମସାତ କରିଥିବା ଗୁମର ଖୋଲିବ। ଏହାର ତଦନ୍ତ ଭାର ଖୋଦ ଯୁବ ଆଇପିଏସ ଅଫିସର ଗଞ୍ଜାମ ଏସ.ପି କରୁଥିବା ଯୋଗୁଁ ସବୁ ରହସ୍ୟ ର ପର୍ଦାଫାଶ ହେବ ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ଦେଖାଯାଉ ଏହି ଦୁର୍ନୀତି ର ମୁଖ୍ୟ ଖଳ ନାୟକ ପାଖରେ ପୋଲିସ କେବେ ପହଞ୍ଚି ରହସ୍ୟ ରୁ ପରଦା କେବେ ହଟାଇବ ଏହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଅପେକ୍ଷା ରେ..

nis-ad
Leave A Reply

Your email address will not be published.