ଦୁର୍ନୀତି ର ସିଂହାସନ ରେ ଠିକାଦାର ଓ ଅଧିକାରୀ ! : କଚ୍ଛପ ଗତିରେ ଚାଲିଛି ସୋରଡ଼ା ନୂଆଗାଁ ରାସ୍ତା ଲୋକ ହନ୍ତସନ୍ତ…


ବ୍ରହ୍ମପୁର: ୨୮-୧୦ ଭଞ୍ଜନଗର ପୂର୍ତ୍ତ ବିଭାଗ ଅଧୀନରେ ଝଗଡ଼େଇ- ସୋରଡ଼ା ନୂଆଗାଁ ପର୍ଯ୍ୟନ୍ତ ୨୪କିମି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି।ଏହି ରାସ୍ତା ଉପରେ ପ୍ରାୟ ୪୦ ଖଣ୍ଡ ରୁ ଅଧିକ ଗ୍ରାମାଞ୍ଚଳ ର ଲୋକେ ନିର୍ଭର କରନ୍ତି।ଠିକାଦାର ଙ୍କ ହମବାଡ଼ା ନୀତି ଯୋଗୁଁ ସାଧାରଣ ଲୋକେ, ସ୍କୁଲ କଲେଜ ର ଛାତ ଛାତ୍ରୀ ଅଧିକାଂଶ କରି ଗର୍ଭବତୀ ମହିଳା ମାନଙ୍କୁ ଚିକିତ୍ସାଳୟ କୁ ନେବାରେ ଅସୁବିଧ ଭୋଗିବାକୁ ପଡୁଛି। କାର୍ଯ୍ୟାଦେଶ ର ଅବଧି ସମୟ ଶେଷ ହେଲେ ମଧ୍ୟ ଅଧିକାରୀ ବାରମ୍ବାର ଠିକାଦାର ଙ୍କୁ ସମୟ ଦେଉଥିବା ଅଭିଯୋଗ ହେଉଛି। ଏହି ଅର୍ଦ୍ଧ ନିର୍ମିତ ରାସ୍ତା ଯୋଗୁଁ ରୀତିମତ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଠିକାଦାର ଙ୍କ ଉପରେ ଭୁବନେଶ୍ୱର ର ତୃତୀୟ ମହଲା ର ହାତ ରହିଛି। ଦୀର୍ଘଦିନ ହେଲା ଏହି ରାସ୍ତା ନିର୍ମାଣ କଚ୍ଛପ ଗତିରେ ଚାଲିବା ଓ ନିମ୍ନ ମାନର କାର୍ଯ୍ୟ ହେଉଥିଲେ ମଧ୍ୟ କାର୍ଯ୍ୟ ନିର୍ମାଣ ସମୟରେ କୌଣସି ଅଧିକାରୀ ଯନ୍ତ୍ରୀ ଙ୍କ ଦେଖା ମିଳୁନି। ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଅଧିକାଂଶ ଉନ୍ନୟନ କାର୍ଯ୍ୟରେ ଠିକାଦାର ମାନେ ଅଧିକାରୀ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ଦୁର୍ନୀତି କରିଲେ ବାବୁ ମାନେ ଚୁପ ରହିବାକୁ ବାଧ୍ୟ ବୋଲି ଚର୍ଚ୍ଚା ହେଉଛି।ଗ୍ରାମବାସୀ ମିଡ଼ିଆ ଆଗରେ ଗୁହାରି କରିଲେ କିଛି ଗୋଦି ମିଡ଼ିଆ ପାଟିରେ ତୁଣ୍ଡି ବାନ୍ଧି ଦେବା ଫଳରେ ଦୁର୍ନୀତି ଏବେ ଚାରମସୀମା ପହଞ୍ଚିଛି ବୋଲି ଚର୍ଚ୍ଚା ହେଉଛି। ଏହି କାର୍ଯ୍ୟାଦେଶ ବେଳେ ହୋଇଥିବା ଚୁକ୍ତିନାମା ରେ କାର୍ଯ୍ୟ କିପରି ହୋଇଛି,କ୍ୱାଲିଟି କଣ୍ଟ୍ରୋଲ ବିଭାଗ ପକ୍ଷରୁ ତଦନ୍ତ କରିଲେ ଘଟଣାର ପର୍ଦାଫାଶ ହେବ। ଦୀର୍ଘ ବର୍ଷ ହେଲା ହଜାର ହଜାର ଲୋକେ ଏହି ରାସ୍ତା ରେ ଯିବା ଆସିବା ଅସୁବିଧା ଭଗୁଥିବା ଥିଲେ। ସରକାର ଲୋକଙ୍କ ସୁବିଧା ପାଇଁ ରାସ୍ତା ସକାଶେ କୋଟି କୋଟି ଟଙ୍କା ରାସ୍ତା ନିର୍ମାଣ ପାଇଁ ଦେଲେ ଅଧିକାରୀ ଓ ଠିକାଦାର ମାନେ ମିଶି ହରିଲୁଟ କରୁଥିବ ଅଭିଯୋଗ ହେଉଛି।ଏହି କାର୍ଯ୍ୟ ରେ ବାଟମାରଣା ହେଉଥିବା ସମ୍ପର୍କରେ ରେ ନେତା ଙ୍କୁ ଗୁହାରି କରିଲେ ନେତା ମଧ୍ୟ ଠିକାଦାର କୁ ପିସି ମାଗୁଥିବା ଚର୍ଚ୍ଚା ହେଉଛି। ପିସି କାରବାର ଯୋଗୁଁ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେବା ସହ ସରକାର ବଦନାମ ହେଉଛନ୍ତି। ବିଭାଗୀୟ ମନ୍ତ୍ରୀ ତୁରନ୍ତ ଦୁର୍ନୀତି ସମ୍ପର୍କରେ ତଦନ୍ତ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ନିର୍ମାଣ କରିବାକୁ ଗ୍ରାମ ବାସୀ ମାନେ ଦାବୀ କରୁଛନ୍ତି।

nis-ad
Leave A Reply

Your email address will not be published.