କନ୍ଧମାଳ ରେଳପଥ କ୍ରିୟାନୁଷ୍ଠାନ କମିଟି ବୈଠକ…


ଫୁଲବାଣୀ – କନ୍ଧମାଳ ଜିଲ୍ଲା ରେଳ ପଥ କ୍ରିୟାନୁଷ୍ଠାନ କମିଟି ର ଏକ ଜରୁରୀ ବୈଠକ ଆଜି ବନାନୀ କଳା ସଙ୍ଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଥିଲା l କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ସମାଜ ସେବୀ କମଳାକାନ୍ତ ପାଣ୍ଡେ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଆଗାମୀ ପାଞ୍ଚ ତାରିଖ ଦିନ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ସମ୍ପର୍କରେ ଆଲୋଚନା କରାଯିବ l ଏଥିରେ ଜିଲ୍ଲାରେ ଥିବା ସମସ୍ତ୍ ସଂଗଠନ ଗୁଡିକ ର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେବେ lଏହି ଆନ୍ଦୋଳନ ରେ ଜାତି ଧର୍ମ ବର୍ଣ୍ଣ ଓ ଦଳ ନିର୍ବିଶେଷରେ ସମସ୍ତ ଙ୍କୁ ସାମିଲ କରିବା ପାଇଁ ମତ ପ୍ରକାଶ ପାଇଥିଲା l ଦାବୀ ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ସମସ୍ତେ ମତ ଦେଇଥିଲେ l କମିଟିର ଆବାହକ ଅଶୋକ ପରିଡା ସ୍ୱାଗତ୍ ଭାଷଣ ଓ ଧନ୍ଯବାଦ୍ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ୍ ମଧ୍ୟରେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଡ ଅରୂପ ଜେନା, ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସନ୍ତୋଷ କୁମାର ଦିଗାଲ, ଆଇନଜିବି ଅଶୋକ ବେହେରା, ବିଜୟ ପଟନାୟକ, ବରିଷ୍ଠ ନାଗରିକ ସଂଘ ର ଅମୀୟ ଦାସ, ପ୍ରଣବ ମଣ୍ଡଳ, କୁଇ ସାମାଜ ସମ୍ପାଦକ ଅବନୀ କହ୍ନର, ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ୍ କିଶୋର୍ ପଣ୍ଡା, କିଶୋର ପଣ୍ଡା ପ୍ରମୂଖ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.