ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ଯା,ଜଣେ ମୃତ..


ହିଞ୍ଜିଳିକାଟୁ ୨୭!୧୦ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ଥାନା ଅଧିନ ଲାଞ୍ଜିଆ ପଲି ଗ୍ରାମରେ ଚାଞ୍ଚଲ୍ୟ। ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଆକ୍ରମଣ କରି ଜଣେ ଯୁବକଙ୍କୁ କରାଯାଇଛି ହତ୍ୟା। ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏହି ଘଟଣା।
ମୃତକ ହେଲେ ଲାଞ୍ଜିଆ ପଲି ଗରାମର ମଙ୍ଗଳା ଭୁୟାଁ (୨୫)। ଘଟଣାରୁ ପ୍ରକାଶ ମଙ୍ଗଳା ନିଜ ବାଇକ ନଂ ଓଡି୩୨ ହେଚ ୧୨୦୨ ଯୋଗେ ନିଜ ଘର ଗ୍ରାମ ମଧ୍ୟକୁ ଯିବା ବେଳକୁ ପ୍ରାୟ ସାଢ଼େ ୯ଟା ବେଳେ ୫ ଜଣ ଯୁବକ ସେମାନଙ୍କୁ ଯୋଜନା ବନ୍ଧ ଭାବେ ଆକ୍ରମଣ କରିଥିଲେ। ମଙ୍ଗଳା ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ଥିଲେ। ଗ୍ରାମ ମଧ୍ୟରେ ସେ ପ୍ରାଣ ହରାଇଥିଲେ। ଖବରପାଇ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ,ଶେରଗଡ ଥାନା ଅଧିକାରୀ ଲାଞ୍ଜିଆ ପଲି ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗ୍ରାମର ୪ଜଣଙ୍କୁ ଅଟକ ରଖିବା ସହ ହତ୍ୟାରେ ବ୍ୟବହାର ହୋଇଥିବା ଛୁରି ଓ ପଥର ଜବତ କରିଛି ପୋଲିସ।

nis-ad
Leave A Reply

Your email address will not be published.