ମାରଦେଜୁ ଗ୍ରାମର ମା ଭୈରବୀଙ୍କ ଶକ୍ତିପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜ଼ିଲ୍ଲା, ଫୁଲବାଣୀ ବ୍ଲକ, ଅଲାମୀ ପଂଚାୟତ ମାରଦେଜୁ ଗ୍ରାମର ମା ଭୈରବୀ ଙ୍କ ଶକ୍ତି ପିଠ ରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଇଯାଇଛି l ଏହିଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପୌରାଣିକ ନାଟକ ସୁଦଶା ବ୍ରତ ମଞ୍ଚସ୍ଥ କରାଯାଇଥିଲା l ଉକ୍ତ ନାଟକକୁ ଜାଗ୍ରତ କନ୍ଧମାଳ, ଓଡିଶାର ସାଧାରଣ ସମ୍ପାଦକ, ଆଇନଜୀବୀ ସତ୍ୟନାରାୟଣ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ l ସେହିପରି ସାନମାନିତ ଅତିଥିଭାବେ କନ୍ଧମାଳ ମିଳିତ ମଞ୍ଚ ସଭାପତି ସମୀର ଘଟାଲ, ସର୍ବ ଭାରତୀୟ ପଛୁଆଁବର୍ଗ କନ୍ଧମାଳ ଜ଼ିଲ୍ଲା ସଂଯୋଜକ ବିପ୍ରବର ସ୍ୱାଇଁ, ଅଲାମୀ ପଂଚାୟତ ର ନାଏବ ସରପଞ୍ଚ ଯଶୋଦା ମଲ୍ଲିକ. ୱାର୍ଡ ସଦସ୍ୟା ମାନିନୀ କହ୍ନର, ତରଣୀସେନ କହ୍ନର, ଲଷ୍ମୀଧର ମଲ୍ଲିକ. ଉପସ୍ଥିତ ରହି ଥିଲେ , ମାରଦେଜୁ ୱାର୍ଡ ସଭ୍ୟ ତରଣୀସେନ କହଁର, ମାରଦେଜୁ ଗ୍ରାମର ଦଣ୍ଡ ନାଚ କମିଟି ଅଧିକାରୀ ସୁନୀଲ ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ ଗ୍ରାମ କମିଟି ସଭାପତି ବିଶ୍ଵରଥୀ କହ୍ନର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶରତ କହ୍ନର ଧନ୍ୟବାଦ ଦେଇଥିଲେ. ମୁଖ୍ୟଅତିଥି ସତ୍ୟନାରାୟଣ ବେହେରା ମାରଦେଜୁ ଗ୍ରାମର ନାମକରଣ ର ଇତିହାସ ବିଷୟରେ ଆଲୋକପାତ କରି ସରକାର ଆଜି ପର୍ଯ୍ୟନ୍ତ ମାରଦେଜୁ ଗାଁ କୁ ଭଲ ରାସ୍ତା ଟି ଏ କରିନଥିବାରୁ ଜ଼ିଲ୍ଲାପାଳ ଙ୍କ ଦୃଷ୍ଟି କୁ ନେଇ ରାସ୍ତା ନିର୍ମାଣ ନିମନ୍ତେ ଦାବି କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଏକତା ବଂଚେଇ ରଖିଥିବାରୁ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଦେଇଥିଲେ. ସାନମାନିତ ଅଥିତି ସ୍ୱାଇଁ ଆଗାମୀ ଦିନରେ ଏକ ହୋଇ ଅଧିକାର ନିମନ୍ତେ ଲଢ଼ିବାକୁ ଆହ୍ୱାନ ଦେଇଥିଲେ l ଯଶୋଦା ମଲ୍ଲିକ କ୍ଷମତାରେ ଥିଲେ କି ନଥିଲେ ବି ଗ୍ରାମବାସୀ ଙ୍କ ସୁଖ ଦୁଃଖ ରେ ରହିଛନ୍ତି ବୋଲି ମତ ପ୍ରକାଶ କରି ଥିଲେ l ଘଟାଲ ମଧ୍ୟ ଆନ୍ଦୋଳନ ମଧ୍ୟରେ ନିଜ ଅଧିକାର ହାସଲ କରାଯିବାକୁ ଆହ୍ୱାନ ଦେଇଥିଲେ l

nis-ad
Leave A Reply

Your email address will not be published.