ଟ୍ରକ୍ ଧକ୍କାରେ ବାପ ଆଗରେ ଚାଲିଗଲା ଝିଅର ଜୀବନ…

re

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ମେଡିକାଲ ସମ୍ମୁଖରେ ଏକ ଟ୍ରକ୍ ଧକ୍କାରେ ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ୍ୟୁ ନାବାଳିକା ଜଣଙ୍କ ହେଲେ ତାଳଚେର ଅଞ୍ଚଳର ଖାଲୁଆ ଗ୍ରାମର ସତ୍ୟ ନାରାୟଣ ପଣ୍ଡାଙ୍କ ଝିଅ ଶତାବ୍ଦୀ ସୁମନ ପଣ୍ଡା।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ନାବାଳିକା ଶତାବ୍ଦୀ ଭୁବନେଶ୍ବରରୁ ବସ ଯୋଗେ ବଅଁରପାଳ ମେଡିକାଲ ସମ୍ମୁଖରେ ଓହ୍ଲାଇ ଥିଲେ। ବାଇକ୍ (ଓଡି୧୯ଜେ୪୦୭୩)ରେ ବାପାଙ୍କ ସହ ବସି ଘର ଅଭିମୁଖେ ଯିବା ସମୟରେ ଏକ ଟ୍ରକ୍ (ଓଆରପି୪୪୦୮) ଅନୁଗୁଳରୁ ତାଳଚେର ଅଭିମୁଖେ ଯିବା ସମୟରେ ବାଇକ୍‌ର ପଛ ପାଖରେ ଧକ୍କା ଦେଇ ନାବାଳିକା ଉପରେ ଚଢି ଯାଇଥିଲା। ଦୁର୍ଘଟଣା ବିଷୟରେ ପୁଲିସ ଜାଣି ପାରି ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଥିଲେ। ତହସିଲଦାର ସୁଶାନ୍ତ କୁମାର ମିଶ୍ର ଚିକିତ୍ସାଳୟ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରିଥିଲେ। ବଅଁରପାଳ ଥାନା ଦୁଇ ଗାଡିକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.