ବାଣୀବିହାରରେ ମା ଦୁର୍ଗାଙ୍କର ସୁଵର୍ଣ୍ଣ ଜୟନ୍ତୀ ମହାସମାରୋହ…


ଭୁବନେଶ୍ୱର : ବାଣୀପୀଠ ବାଣୀବିହାରରେ ଏଥର ଦୁର୍ଗାପୂଜାର ସୁଵର୍ଣ୍ଣ ଜୟନ୍ତୀ ଉତ୍ସବ ମହାସମାରୋରେ ପାଳନ କରାଯାଉଅଛି l ଏଥିରେ ଶିକ୍ଷକ କର୍ମଚାରୀ ଛାତ୍ରଛାତ୍ରୀ ଏବଂ ବହୁସଂଖ୍ୟାରେ ପୁରାତନ ପ୍ରଫେସର, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମଧ୍ୟ ଉତ୍ସାହର ସହ ଅଂଶଗ୍ରହଣ କରୁଛନ୍ତି l 1974 ମସିହାରୁ ନିରବିଛିନ୍ନ ଭାବେ ପାଳିତ ହୋଇଆସୁଥିବା ଏହି ପୂଜା ସହିତ କିଛି ବର୍ଷ ଧରି ଗଜଲକ୍ଷ୍ମୀ ଏବଂ କାଳୀପୂଜା ମଧ୍ୟ ଯୋଡ଼ିହୋଇଯାଇଛି l ଏହି ଉପଲକ୍ଷେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଦୁର୍ଗାପୂଜା ସମିତିର ସଭାପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳସଚିବ ସମସ୍ତଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି l ପୂଜାସମିତିର ସମ୍ପାଦକ ପ୍ରଫେସର ପ୍ରବୋଧ କୁମାର ହୋତା, ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରଫେସର କବିର ମୋହନ ସେଠି, ସୁଜିତ ଆଚାର୍ଯ୍ୟ, ରଞ୍ଜନ ସାମଲ, ଶରତ ମିଶ୍ର, ଅନନ୍ତ ନାୟକ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ଉଦ୍ୟମ ପ୍ରଶଂସନୀୟ l ମା ଦୁର୍ଗାଙ୍କ ପୂଜାକୁ ନିଷ୍ଠାର ସହ ପାଳନ ସଙ୍ଗେ, ସବୁଦିନ ସନ୍ଧ୍ୟାରେ ଭଜନ ସମାରୋହର ଆୟୋଜନ କରାଯାଇଛି l ଏହା ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶୈକ୍ଷିକ ବାତାବରଣ ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି l

nis-ad
Leave A Reply

Your email address will not be published.