ଭତ୍ତା ପାଇବାରୁ ୨୫ ହିତାଧିକାରୀ ବଞ୍ଚିତ : ପ୍ରଶାସନ ନିରବ ଦ୍ରଷ୍ଟା…


ଫୁଲବାଣୀ: କ. ନୂଆଗାଁ ବ୍ଲକ୍ ମାହାସିଙ୍ଗ ପଞ୍ଚାୟତର ଅନେକ ମହିଳା ହିତାଧିକାରୀ ଦୀର୍ଘ ଦିନ ହେଲା ଭତ୍ତା ପାଇନାହାନ୍ତି। କହାକୁ ୫ ମାସ ହେଲାଣି ତ ଆଉ କାହାକୁ ଦୁଇ ମାସ
ଭତ୍ତା ଟଙ୍କା ନ ପାଇ ବୃଦ୍ଧବୃଦ୍ଧା ଅନେକ ହଇରାଣ ହେଉଛନ୍ତି। ପଞ୍ଚାୟତ ଓ ବ୍ୟାଙ୍କକୁ ଯାଇ ବାରମ୍ବାର ନିରାଶ ହୋଇ ଘରକୁ ଫେରୁଛନ୍ତି। ଭତ୍ତା ଟଙ୍କା ନ ମିଳିବାରୁ ଜରୁରୀ ଔଷଧ ମଧ୍ଯ କିଣି ନ ପାରିବା କହିଛନ୍ତି ହିତାଧୀକାରୀ ବିଳାସିନୀ ଦିଗାଲ ଓ କିମନ୍ତି ଦିଗାଲ । ଦୀର୍ଘ ଦିନ ଧରି ଏଭଳି ସମସ୍ୟା ହେବାରୁ ବାଧ୍ୟ ହୋଇ ବିଧବା ଓ ବାଦ୍ଧକ୍ୟ ହିତାଧିକାରୀମାନେ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏପଟେ ବ୍ୟାଙ୍କ କେ ୱାଇ ସି ଅପଡେଟ ହୋଇନଥିବାରୁ ହିତାଧ୍ଯକାରୀଙ୍କ ଟଙ୍କା ଜମା ଖାତାକୁ ଯାଇପାରୁନଥିବା କହିଛନ୍ତି ମହାସିଂ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କେଶବ କମ୍ପା । ଅପରପକ୍ଷରେ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ କହିଛନ୍ତି, ହିତାଧ୍ୟାକାରୀ କିଭଳି ଶୀଘ୍ର ବିଜେୟା ଉଭା ଟଙ୍କା ପାଇବେ, ସେ ନେଇ ଉଦ୍ୟମ କରିବେ l ୨୫ରୁ ଉର୍ଦ୍ଧ୍ଵ ହିତାଧୀକାରୀ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.