ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା…

durga

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା ଲାଗି ମଣ୍ଡପ ଗୁଡିକରେ ମହିଳା ମାନଙ୍କର ଭିଡ ଦେଖିବାକୁ ମିଳିଛି  । ଭକ୍ତିମୟ ପରିବେଶ ସାଙ୍ଗକୁ ଚଣ୍ଡିପାଠରେ କମ୍ପୁଛି ପୁରା ପରିବେଶ  । ସମସ୍ତଙ୍କ ମନରେ ଖଳିଯାଇଛି ଶୀହରଣ  । ଆଜି ମଣ୍ଡପରେ ମହାଷ୍ଟମୀ ପୂଜା କରାଯାଉଥିବାବେଳେ ଶକ୍ତିପୀଠରେ ଚାଲିଛି ମାଆଙ୍କର ନବମୀ ପୂଜା  । ଦୁର୍ଗାଙ୍କ ପୂଜା ପାଇଁ ସଜେଇ ହୋଇଛି ତୋରଣ ।

ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱରର ପୂଜା ମଣ୍ଡପ ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ । ଦେଶବିଦେଶର ପ୍ୟାଲେସ ତୋରଣ ଭିତରେ ସୁନାଚାନ୍ଦିରେ ଝଟକୁଛନ୍ତି ମାଆ । ମୀନା ବଜାର ସାଙ୍ଗକୁ ପୂଜା ପାଇଁ ସବୁଠି ଖଚାଖଚ ଭିଡ଼ ।ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । କଟକ , ଭୁବନେଶ୍ବରରେ ଦୁର୍ଗାପୂଜା ଲାଗି  ପ୍ରବଳ ଭିଡ ପରିଲକ୍ଷିତ ହୋଇଛି  । ରାତି ୧୨ଟା ଯାଏ ଲୋକ ବୁଲି ମେଢ ଦେଖୁଛନ୍ତି  । ଲୋକଙ୍କ ମନୋରଞ୍ଜନ ଲାଗି  ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି  ।  ପୂଜା ପାଇଁ ଭିଡ ବଢୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

nis-ad
Leave A Reply

Your email address will not be published.