ବିଧାନସଭା ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ପୋଷ୍ଟର ଲଗାଇ ଚେତାବନୀ…

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ମାଓବାଦୀ ସଂଗଠନ ଦ୍ୱାରା ଲିଫଲେଟ, ପୋଷ୍ଟର ଲଗାଇ ଭୋଟ ବର୍ଜନ କରିବା ସହ ରାଜନେତାଙ୍କୁ ଚେତାବନୀ ।
ସୀମାନ୍ତ ରାଜ୍ୟ ଛତିଶଗଡର ଘୋର ମାଓ ପ୍ରଭାବିତ ଅଞ୍ଚଳ କାଙ୍କେର ଜିଲ୍ଲାର କୋୟଲିବେଡି ଥାନା ଅଞ୍ଚଳରେ ମାଓବାଦୀ ସଂଗଠନ ଦ୍ୱାରା ବ୍ୟାନର, ପୋଷ୍ଟର ଲଗାଇ ଲିଫଲେଟ ଫିଙ୍ଗି ବିଧାନସଭା ନିର୍ବାଚନକୁ ବିରୋଧ କରିବା ସହ ନିର୍ବାଚନ ପ୍ରଚାର କରି ଆସୁଥିବା ରାଜ ନେତାମାନଙ୍କୁ ନିଜ ନିଜ ଅଞ୍ଚଳରୁ ମାରି ବାହାର କରିବା ରାଜନୈତିକ ଦଳକୁ ବିରୋଧ କରିବା ଏବଂ ଭାରତୀୟ ଜନତା ପାର୍ଟି, କଂଗ୍ରେସ ପାର୍ଟିକୁ ବିରୋଧ କରିବା ସହ ହିନ୍ଦୁମାନଙ୍କୁ ବିରୋଧ କରିବା ପାଇଁ ଏହି ଲିଫଲେଟ ଏବଂ ପୋଷ୍ଟରରେ ଭା.କ.ପା. ମାଓବାଦୀ ସଂଗଠନ ଦ୍ୱାରା ଲେଖାଯାଇ ଉକ୍ତ ଅଞ୍ଚଳର ଜନସାଧାରଣଙ୍କୁ ଭ୍ରମିତ କରି ନିର୍ବାଚନ ପୂର୍ବରୁ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ମାଓ ସଂଗଠନ ଦ୍ୱାରା ଚେଷ୍ଟା ଚଳାଇଥିବା ଦେଖିବାକୁ ମିଳିଛି l ନକ୍ସଲ ସଂଗଠନର ଏଭଳି ପୋଷ୍ଟର ଦେଖି କାଙ୍କେର ଜିଲ୍ଲାର ଜନସାଧାରଣ ତୀବ୍ର ନିନ୍ଦା ପ୍ରକାଶ କରିଛନ୍ତି l ନକ୍ସଲ ସଂଗଠନ ଦ୍ୱାରା ଏହି ବ୍ୟାନେର ଗୁଡିକ କାଙ୍କେର ଜିଲ୍ଲାର ଜିରାମ ତେରାଇ ଗାଁର କଡମେ, ମେନେଗାଓଁକୁ ଯାଉଥିବା ରାସ୍ତାରେ ବ୍ୟାନର ପୋଷ୍ଟରଗୁଡିକୁ ଲଗାଯାଇଛି l ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ନଭେମ୍ବର 7 ରେ କାଙ୍କେର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ବେଳେ ନକ୍ସଲ ସଂଗଠନ ଦ୍ୱାରା ଏଭଳି ବ୍ୟାନର ଗୁଡିକୁ ଲଗାବା ଯୋଗୁଁ କୋୟଲିବେଡି ଥାନା ଅଞ୍ଚଳରେ ଥିବା ଗ୍ରାମଗୁଡିକରେ ବସବାସ କରୁଥିବା ଲୋକଙ୍କୁ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି l ପୋଲିସ କୁ ଏହି ଖବର ମିଳିବା ପରେ ଘଟଣାସ୍ଥଳକୁ ସୁରକ୍ଷାବାହିନୀର ଯବାନମାନଙ୍କ ସହ ବମ ସ୍କ୍ୱାଡ଼ ଦଳ ଯାଇ ସାବଧାନ ସହ ଉକ୍ତ ବ୍ୟାନେର ଗୁଡିକୁ ସେଠାରୁ ହଟାଇ ଥିବା ସୂଚନା ମିଳିଛି l

nis-ad
Leave A Reply

Your email address will not be published.