ସେପଟେ ମହାପ୍ରଭୁଙ୍କୁ ଦର୍ଶନ ପରେ ସେ ନିଜ ଜନ୍ମମାଟି ବ୍ରହ୍ମଗିରି କୁ ଯାଇଛନ୍ତି । ସେଠାରେ ମଧ୍ୟ କିଶୋରଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏବଂ ଦୀର୍ଘ ଦିନ ପରେ ନିଜ ଘରକୁ ଫେରିଥଇବାରୁ କିଶୋରଙ୍କ ପସନ୍ଦର ଖାଦ୍ୟ ପଖାଳ ଭାତ ଓ ଡାଲମା ସହ ବିଭିନ୍ନ ପିଠା ପଣା ଆଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ଅଲମ୍ପିକ କ୍ରୀଡାରେ ଉନ୍ନତ ମାନର ପ୍ରଦର୍ଶନ ଜାରି ରଖି ଦେଶ ତଥା ଜାତିର ଟେକ ରଖିବେ ବୋଲି କିଶୋରଙ୍କ ପରିବାର ବେଶ ଆଶାବାଦୀ ଥିବା ମତ ରଖିଛନ୍ତି ।