ଜାତୀୟ ଆଥଲେଟିକ୍ସରେ ଆଇଆରଇଏଲ କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା…

ଛତ୍ରପୁର :. ଆଇଆରଇଏଲ କେନ୍ଦ୍ରୀୟ ବିଦ୍ୟାଳୟ ଏ ଇ ସି ଏସ,ଓସ୍କମ୍ ଏବେ ଜାତୀୟ ସ୍ତରର କ୍ରୀଡା ରେ ସଫଳତା ଲାଭ କରି ଚର୍ଚ୍ଚା ରେ ରହିଛି । ରାଜସ୍ଥାନର କୋଟା ସ୍ଥିତ ରାୱାତଭାଟା ରେ ଆୟୋଜିତ ଜାତୀୟ ସ୍ତରର ଅନ୍ତଃ ବିଦ୍ୟାଳୟ ଅଥଲେଟିକ୍ ପ୍ରତିଯୋଗିତା ରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ର ତିନିଜଣ ଛାତ୍ର କ୍ରୀଡା ଶିକ୍ଷକ ବିନୟ ପ୍ରତାପଙ୍କ ପ୍ରତକ୍ଷ୍ୟ ତତ୍ତ୍ୱବନାରେ ଅଂଶ ଗ୍ରହଣ କରି ଗୋଟିଏ ସ୍ଵର୍ଣ୍ଣ ସହ ତିନୋଟି ରୌପ୍ୟ ପଦକ ହାସଲ କରିଛନ୍ତି ।

୧୬ ଟି ରାଜ୍ୟରୁ ଭାଗ ନେଇଥିବା ୨୮ଟି ବିଦ୍ୟାଳୟ ରୁ ଅଂଶ ଗ୍ରହଣ କରିଥିବା ପ୍ରାୟ ୨୫୦ ଜଣ କ୍ରୀଡାବିତ୍ ଏହି ତ୍ରି ଦିବସୀୟ ଆଥଲେଟିକ ପ୍ରତିଯୋଗିତା ୨୦୨୩ ରେ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶାର ଏକ ମାତ୍ର ପରମାଣୁ ଉର୍ଯା କେନ୍ଦ୍ରୀୟ ବିଦ୍ୟାଳୟ, ଓସ୍କୋମ ଭାଗ ନେଇ ଅଭୂତପୂର୍ବ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ରାଜ୍ୟ କୁ ଗୌରବ ଆଣି ଦେଇଛି ।
ଡିସ୍କସ ଥ୍ରୋ ରେ ସମସ୍ତ ପୂର୍ବ ରେକର୍ଡ ଭଙ୍ଗ କରି ପେରିକୁଲା ବିନୀତ ସ୍ଵର୍ଣ୍ଣ ହାସଲ କରିଥିବା ବେଳେ ସଟପୁଟ ରେ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିଭଳି ସୁବ୍ରତ ପାଢ଼ୀ ଲଙ୍ଗ ଜମ୍ପ ରେ ରୌପ୍ୟ ହାସଲ କରିଥିବା ବେଳେ ପ୍ରଶିକ୍ଷକ ବିଭାଗ ପ୍ରତିଯୋଗିତା ରେ ବିନୟ ପ୍ରତାପ ମଧ୍ୟ ରୌପ୍ୟ ହାସଲ କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ କୁମାର ଷଡ଼ଙ୍ଗୀ ଏଥି ପାଇଁ ୨୧ଦିନ ବ୍ୟାପି ପ୍ରଶିକ୍ଷଣ ଶିବିର ଆୟୋଜନ କରିଥିବାରୁ ଆଇ ଆର ଇ ଏଲ ଓ ବିଦ୍ୟାଳୟ ପ୍ରବନ୍ଧନ ର ମୁଖ୍ୟ ସି ଭି ଆର ମୂର୍ତ୍ତି ବିଜେତା ଛାତ୍ରଙ୍କ ସହ ଅଧ୍ୟକ୍ଷ ଶ୍ରୀ ଷଡ଼ଙ୍ଗୀ ଓ କ୍ରୀଡା ଶିକ୍ଷକ ବିନୟ ପ୍ରତାପଙ୍କୁ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.