ପୋଖରୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତ୍ୟୁଦେହ…

ଛତ୍ରପୁର,: ଛତ୍ରପୁର ଥାନା ଅଧିନ ଚିକଲଖଣ୍ଡି ପଂଚାୟତ ଅଧିନ ପୁରୁଣାପାଟଣା ଗ୍ରାମ ନିକଟରେ ଥିବା ଶଙ୍ଖବନ୍ଧ ରେ ବୁଧବାର ସକାଳୁ ଏକ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ ଦେହ ଭାସୁଥିବା ଦେଖିବାକୁ ମିଳିଛି | ମୃତ୍ୟୁ ବ୍ୟକ୍ତିର ପରିଚୟ ଜଣାପଡି ନାହିଁ | ଆଜି ସକାଳୁ ପୋଖରୀ କିଛି ଲୋକ ଗାଧୋଇବାକୁ ଆସିଥିବା ବେଳେ ଶବ ଭାସୁ ଥିବା ଦେଖି ଛତ୍ରପୁର ପୋଲିସ କୁ ଖବର ଦେଇଥିଲେ | ଘଟଣାର ଖବର ପାଇଁ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ପୋଖରୀ ରୁ ମୃତ୍ୟୁଦେହ କୁ ବାହାର କରି ଛତ୍ରପୁର ମେଡିକାଲ କୁ ଆଣିଛନ୍ତି | ଏଯାବତ ମୃତ୍ୟୁ ବ୍ୟକ୍ତି ଙ୍କ ପରିଚୟ ଜଣାପଡ଼ିନାହିଁ |

nis-ad
Leave A Reply

Your email address will not be published.