ଚିକିଟୀ ଲୋକନାଥପୁର ଶାସନର ମା ବଗଳାମୁଖୀ ପୀଠ…

ଓଁ ହ୍ଲିଂ ବଗଳାମୁଖୀ ଦେବ୍ୟେ ନମଃ
ଓଡ଼ିଶାର ଏକ ମାତ୍ର ଶକ୍ତି ପୀଠ ମା ବଗଳାମୁଖୀ। ଏହି ଶକ୍ତି ପୀଠ ଗଞ୍ଜାମ ଜିଲ୍ଲା ର ଚିକିଟୀ ଲୋକନାଥ ପୁର ଶାସନ ଭୋଳାସୀଙ୍ଗି ଯିବା ରାସ୍ତାରେ ଅବସ୍ଥିତ।ବହୁକାଳରୁ ମା ଏଠାରେ ନିମ ଗଛ ମୂଳରେ ପୂଜା ପାଉଥିଲେ। ବର୍ତ୍ତମାନ ମାଁ ଙ୍କ ଆଶୀର୍ବାଦରୁ କଳ୍ପବୃକ୍ଷ ସଦୃଶ ଏହି ପୀଠ ରେ ଉନ୍ନତି କାର୍ଯ୍ୟ ଚାଲିଛି।ଗଞ୍ଜାମ ଜିଲ୍ଲା ତଥା ଗଞ୍ଜାମ ଜିଲ୍ଲା ବାହାରରୁ ଓ ଆନ୍ଧ୍ର ପ୍ରଦେଶ ର ଅନେକ ଭକ୍ତ ପ୍ରତ୍ୟେକ ମଙ୍ଗଳବାର ଓ ସଂକ୍ରାନ୍ତି ପର୍ବ ରେ ପୂଜାର୍ଚ୍ଚନା ଲାଗି ସମାଗମ ହେଉଛନ୍ତି । ସତ୍ୟଯୁଗର କଥା ଦିନେ ସଂସାର କୁ ନଷ୍ଟ କରିବା ପାଇଁ ଭୟଙ୍କର ସଦୃଶ ତୋଫାନ ଆସିଲା ଯିବ ଜଗତକୁ ଉଦ୍ଧାର କରିବା ପାଇଁ ଭଗବାନ ମହାବିଷ୍ଣୁ ଚିନ୍ତାକରି ସୌରାଷ୍ଟ୍ର ଦେଶର ହରିଦ୍ର ସରୋବର ସମୀପରେ ଭଗବତି ବିମଳା ଦେବୀ ଙ୍କୁ ପ୍ରସନ୍ନ କରି ତପସ୍ୟା କଲେ।

ଶ୍ରୀ ବିଦ୍ୟା ରୂପରେ ବଗଳାମୁଖୀ ମଣୀମୟ ମଣ୍ଡପ ରତ୍ନସିଂହାସନରେ ପିତବର୍ଣ୍ଣ , ପିତପସ୍ତ୍ର , ପିତ ଆଭୂଷଣ ଓ ପିତ ପୁଷ୍ପ ମାଳା ଧାରଣ କରି ସଂଶାରକୁ ପ୍ରକଟିତ ହେଲେ।ଭଗବାନ ମହା ବିଷ୍ଣୁ ଙ୍କ ଆଜ୍ଞା ରେ ଜଗତକୁ ଧୋଂଶ ବିଧୋଂଶ ରୂପକ ତୋଫାନ କୁ ସ୍ତମ୍ବନ କରି ଜଗତକୁ ରକ୍ଷା କରିଦେଲେ। ଭଗବାନ ବିଷ୍ଣୁ ଙ୍କ ତେଜ ଉତ୍ପନ ହେତୁ ଭଗବତି ପରମ ବୈଶ୍ଣବି ଶ୍ରୀ ବିଦ୍ୟା ରୂପରେ ମଙ୍ଗଳବାର ଯୁକ୍ତ ଚତୁର୍ଦ୍ଧସି ଅଧରାତ୍ର ରେ ପାଦୃଭାବ ହେଲେ। ଏହି ବିଦ୍ୟା କୁ ପ୍ରଥମରେ ସୃଷ୍ଟି କର୍ତ୍ତା ବ୍ରହ୍ମା ,ସନକାଦି ଋଷିଗଣ ,ଭଗବାନ ନାରଦ ,ଭଗବାନ ପର୍ଶୁରାମ ,ଆଚାର୍ଯ୍ୟ ଦ୍ରୋଣ ଓ ବଶିଷ୍ଠ ଉପାସନା କରିଥିଲେ ।ମଙ୍ଗଳ ଗ୍ରହଙ୍କ ଇଷ୍ଟଦେବୀ ରୂପରେ ମା ବଗଳାମୁଖୀ ପ୍ରସିଦ୍ଧ ଅଟନ୍ତି ।ମଙ୍ଗଳ ଗ୍ରହଙ୍କ ଠାରୁ ସାହାସ , ଧର୍ଯ୍ୟ , ବିରତ୍ଵ ,ପ୍ରତିପତ୍ତି ,ଶାରୀରିକ ବଳ ,କ୍ଷମତା , ଭୂମୀ, ଗୃହ,ଜମି, ଅଟାଳିକା, ପୈତ୍ରୁକ ସମ୍ପତି,ଭାତ୍ରୁ ସମ୍ପର୍କ, ଦୃଘଟଣା ,ବିବାଦ ,କଳହ ,କ୍ରୋଧ , କୋର୍ଟକଚେରୀ, ମାଲିମକଦ୍ଦମା ,ଗଣ୍ଡଗୋଳ ,ଠିକାଦାର , କୃଷିକର୍ମ , ନୌସେନା , ଜଳସେନା,ଆକାଶ ବାହିନୀ ,ପୋଲିସ ପୁଅ ଓ ଝିଅଙ୍କ ବିବାହ ବିଳମ୍ବ, ବିବାହ ପରେ ଦାମ୍ପତ୍ୟ ଜୀବନର ଅଶାନ୍ତି ବାତାବରଣ ବା ବିଛେଦ, ଯନ୍ତ୍ର ବିଦ୍ୟା, ପୂତ୍ରବିଦ୍ୟା, ଶିଳ୍ପ, ଇଂଜିନିୟର,ଚିକିତ୍ସା ବିଦ୍ୟା, ରାଜନୈତିକ ନେତା, ମନ୍ତ୍ରୀ, ଗୁଣ୍ଡାମି, ଉଗ୍ରବାଦୀ, ପଦାଧିକାରୀ, ମୁଖ୍ୟ ଶାସନ ସଚିବ ଏହି ସବୁ କର୍ମ ମଙ୍ଗଳ ଗୃହଙ୍କ ଠାରୁ ଶୁଭାଶୁଭ ସୂଚନା ଦିଏ।ଏଣୁ ଏହି ସବୁ କର୍ମ ବା ପଦାଧିକାରୀ ଭଗବତୀ ମା ବଗଳାମୁଖୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ରେ ଭକ୍ତମାନଙ୍କର ମନବାଞ୍ଚୀତ କାର୍ଯ୍ୟ ସିଦ୍ଧି ହୁଏ।ମାଙ୍କ ମହାପୂଜା ସମୟରେ ପୂଜକ ଓ ଭକ୍ତ ହଳଦିଆ ବସ୍ତ୍ର, ହଳଦୀ ଗଣ୍ଠିମାଳା, ହଳଦିଆ ଆସନ,ହଳଦିଆ ଫୁଲ, ହଳଦିଆ ଚାଉଳ, ହଳଦୀ ଗୁଣ୍ଡ ଏବଂ ସୋରିଷ ତେଲ ହଳଦିଆ ସଳିତା ପିତଳ ଦୀପରେ ଦୀପ କରାଯାଏ।ବେସନ ତିଆରି ମିଠା ଓ କଦଳୀ ମାଙ୍କ ଭୋଗଲାଗେ।ମାଙ୍କ ଗୋଟିଏ ହସ୍ତରେ ମୁଦଗର ଓ ଅନ୍ୟ ହସ୍ତରେ ଶତ୍ରୁଙ୍କ ଜିହ୍ଵା ଧାରଣ କରିଛନ୍ତି।ମାଙ୍କ ଅସ୍ତ୍ର ହେଉଛି ବ୍ରହ୍ମସ୍ତ୍ର।ବର୍ତ୍ତମାନ ଏହି ପୀଠରେ ମା ବଗଳାମୁଖୀ ବେଦ ବିଦ୍ୟାଳୟ ସ୍ଥାପନ କରାଯାଇଅଛି।ଯେହେତୁ ଚିକିଟୀ, ଜରଡ଼ା, ସୁରଙ୍ଗୀ, ଦିଗପହଣ୍ଡି, ସାନଖେମୁଣ୍ଡି ଏହି ଅଞ୍ଚଳର ବ୍ରାହ୍ମଣ ଶାସନରେ ବେଦ, କର୍ମକାଣ୍ଡ, ଜ୍ୟୋତିଷ, ବ୍ୟାକରଣ, ଧର୍ମଶାସ୍ତ୍ରର ଅଧ୍ୟୟନ ପାଇଁ କୌଣସି ବ୍ୟବସ୍ତା ନଥିବା ହେତୁ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢୀ ମା ବଗଳାମୁଖୀ ପୀଠରେ ବୈଦିକ ବିଦ୍ୟାଳୟ ସ୍ଥାପନା ପାଇଁ ଉଦଯୋଗ କରିଛନ୍ତି।ଏଣୁ ବୈଦିକ ଶିକ୍ଷା ପାଇଁ ଇଛୁକ ଆଗ୍ରହୀ ଛାତ୍ର ମାନେ ଓ ଅଭିଭାବକ ମାନେ ମା ବଗଳାମୁଖୀ ବେଦ ବିଦ୍ୟାଳୟର କମିଟି ବୃନ୍ଦ ମାନଙ୍କ ସହିତ ଯୋଗାଯୋଗ କରି ବେଦ ଅଧୟନ ସହ ଅଞ୍ଚଳର ସୁନାମ ରଖିବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି |

nis-ad
Leave A Reply

Your email address will not be published.