ୱାର୍ଲଡ଼ କପ କ୍ରିକେଟ ମାନିଆ : କାହାର ପୁଷ ମାସ ତ କାହାର ସର୍ବନାଶ…

ଲକ୍ଷ ଲକ୍ଷ ଟଙ୍କା ର ଲାଗୁଛି ସଟ୍ଟା ….


ବ୍ରହ୍ମପୁର: ସାରା ଦେଶରେ ଏବେ ୱାର୍ଲଡ଼ କପ କ୍ରିକେଟ ମାନିଆ ରେ ବ୍ୟସ୍ତ ଥିବା ବେଳେ ଏପଟେ ଚାଲିଛି, ଲକ୍ଷ ଲକ୍ଷ ଟଙ୍କାର  ବ୍ୟାଟିଂଙ୍ଗ ଜୁଆ ଖେଳ। କ୍ରିକେଟ ୱାର୍ଲଡ଼ କପ ଚାଲିଥିବା ବେଳେ ବ୍ରହ୍ମପୁର, ଆସିକା, ଭଞ୍ଜନଗର  ରେ ଜୋନ କରି ଏବେ କୋ ଦଳ ଜିତିବ ତାକୁ ନେଇ ସଟ୍ଟା ବାଜି ଜୋର ଧରିଛି। ଆଇ ପି ଏଲ ଢାଞ୍ଚା ଭଳି ସଟ୍ଟା ରେ ଲକ୍ଷ ଲକ୍ଷ ଟଙ୍କା ର ବାଜି ଲଗାଇ ଅଧିକାଂଶ କରି ଯୁବ ବ୍ୟବସାୟୀ ମାତି ଥିବା ଚର୍ଚ୍ଚା ହେଉଛି। ଏହି ଚେର ବଡ଼ ବଡ଼ ସହରରୁ  ଏବେ ଗ୍ରମାଞ୍ଚଳ କୁ ଲମ୍ବିଲାଣି ପ୍ରତିଦିନ କେଉଁ ଦଳ ଜିତିବ ତାକୁ ନେଇ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ। ଏହି ଖେଳରେ ବୁକି ମାନେ ମାଲା ମାଲ ହେଉଥିବା ବେଳେ ସଟ୍ଟା ଲଗାଇ ରାତା ରାତି ଲକ୍ଷ ପତିର ସ୍ୱପ୍ନ ଦେଖୁଥିବା ଲୋକେ ସର୍ବସ୍ୱନ୍ତ ହେଉଥିବା ଦେଖିବାକୁ ମିଳୁଛି। ଆସନ୍ତା କାଲି ଭାରତ ବନାମ ପାକିସ୍ତାନ ତେଣୁ ଏହି ମ୍ୟାଚ ପାଇଁ କୋଟିଏ ରୁ ଉର୍ଦ୍ଧ ସଟ୍ଟା ଲାଗେ ଏପରିକି ପ୍ରତ୍ୟେକ ବଲ ପାଇଁ ମଧ୍ୟ ବାଜି ଲାଗିବା ଦେଖିବାକୁ ମିଳେ  ଏହି ଭଳି ସଟ୍ଟା ବାଜୀ ଖେଳକୁ ପୂର୍ବରୁ ପୋଲିସ ଧରିଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଆସିକା, ଭଞ୍ଜନଗର କୁ ତିନୋଟି ଜୋନ ରେ ବିଭକ୍ତ କରି କ୍ରିକେଟ ସଟ୍ଟା ଖେଳ ଚାଲୁଥିବା ଚର୍ଚ୍ଚା ହେଉଛି। ଏହି ମାନିଆ ରେ ଅନେକ ଯୁବ ପିଢ଼ି ସର୍ବଶାନ୍ତ ହେଉଥିବା ଦେଖିବାକୁ ମିଳୁଛି l କିଛି ପରିବାର ବି ସର୍ବହରା ହୋଇଥିବା ନଜିର ରହିଛି ତେଣୁ ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି 

nis-ad
Leave A Reply

Your email address will not be published.