ଦୁର୍ଘଟଣାରେ ଟିଭିଏସ ଏକ୍ସଏଲ ଚାଳକ ମୃତ, ସାଥି ଗୁରୁତର…


ହିଞ୍ଜିଳିକାଟୁ, ୧୨/୧୦(): ଗୁରୁବାର ସକାଳେ ହିଞ୍ଜିଳି ଥାନା ସିକିରି – ଗିରିଆ ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତାରେ ଦୂର୍ଘଟଣା ଘଟି ଜଣେ ଟିଭିଏସ ଏକ୍ସଏଲ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ସାଥି ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସିକିରି ଗ୍ରାମର କାମି ନାହାକ (୬୦) ଓ ଗୁରୁତର ଜଣଙ୍କ ସେହି ଗ୍ରାମର କାଶୀନାଥ ବେହେରା (୫୮) । ସ୍ଥାନୀୟ ଲୋକେ ଆହତ ଦ୍ବୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, କାମିଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ହିଞ୍ଜିଳି ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟିଭିଏସ ଏକ୍ସଏଲ (ଓଡି୦୭ଆର ୬୭୬୧) ଓ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି। ଏ ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ଦୁହେଁ ଟିଭିଏସ ଏକ୍ସଏଲ ଯୋଗେ ଗ୍ରାମରୁ ଗିରିଆ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ସିକିରି – ଗିରିଆ ମଧ୍ୟବର୍ତ୍ତୀ ରାସ୍ତା ପ୍ବାର୍ଶରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ ।

nis-ad
Leave A Reply

Your email address will not be published.