ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଶିଶୁ ମହୋତ୍ସବ…


ବ୍ରହ୍ମପୁର : ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ସାବୁଳିଆସ୍ଥିତ ଉତ୍କଳମଣି ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ଦିନରୁ ପ୍ରସ୍ତାବିତ ତଥା ସମାଜ ରିଲିଫ ପାଣ୍ଠି ପ୍ରଦତ୍ତ ଗୋପବନ୍ଧୁ ଦାସଙ୍କ ଏକ ପ୍ରତିମୂର୍ତ୍ତି ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। ଉନ୍ମୋଚନ ଉତ୍ସବ ସାବୁଳିଆ ଆଞ୍ଚଳିକ ସାଧନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା ଯୋଗ ଦେଇଥିବା ନିଜ ବକ୍ତବ୍ୟରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଆଦର୍ଶ, ଦେଶ ଭକ୍ତ, ସାମ୍ବାଦିକତା ଓ ବହୁଗୁଣର ସଂପନ୍ନ ବ୍ୟକ୍ତିଙ୍କ ବିଷୟରେ ଅବଗତ କରାଇଥିଲେ । ସର୍ବ ଭାରତୀୟ ସ୍ତରରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାର୍ଯ୍ୟରତ ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର ସାବତ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ଯଥାକ୍ରମେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ବିଶ୍ବାଳ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା, ରାଜେନ୍ଦ୍ର କୁମାର ସେନାପତି, ସ୍ଥାନୀୟ ସରପଞ୍ଚ ଅହଲ୍ୟା ବେହେରା,ଗଣ୍ଡାପଲ୍ଲୀସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା, ଅବସରପ୍ରାପ୍ତ ରାଜସ୍ଵ ନୀରିକ୍ଷକ ଲଡୁକିଶୋର ବାଡ୍ ତ୍ୟା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟନାରାୟଣ ବେହେରା, ପୂର୍ବତନ ସରପଞ୍ଚ ଭୀମସେନ ବେହେରା, ସମାଜସେବୀ ଦିଲୀପ ସେନାପତି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସନ୍ନ୍ୟାସୀ ଦାସ ଓ ଶଶଧର ବେହେରା ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶ, ସାହିତ୍ୟ ଶିକ୍ଷା, ସମାଜସେବା ଓ ସାମ୍ବାଦିକତା ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ସଭାର ଦ୍ଵିତୀୟ ପର୍ଯ୍ୟାୟରେ ସୁରଭି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସାବୁଳିଆ ଆଞ୍ଚଳିକ ସାଧନ କେନ୍ଦ୍ରର ବିଦ୍ୟାଳୟମାନଙ୍କ ମଧ୍ୟରେ ସିନିଅର ଓ ଜୁନିଅର ବର୍ଗରେ ନାଚ,ଗୀତ, ବକ୍ତୃତା,କୁଇଜ୍, ଚିତ୍ରାଙ୍କନ,ସଂଗୀତ , ଗ୍ରୁପ୍ ଡ୍ୟଆନ୍ସ୍, ସୃଜନଶୀଳ ଲିଖନ,ଶ୍ରୁତ ଲିଖନ ଆଦି ବିଭିନ୍ନ ବିଭାଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ନ୍ୟାସୀ ଲେଙ୍କା ସଭାପତିତ୍ଵ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତାଗୁଡିକୁ ପରିଚାଳନା କରିଥିଲେ ସି.ଆର୍.ସି.ସି. ରବୀନ୍ଦ୍ର କୁମାର ନାହାକ।ଏହି କାର୍ଯ୍ୟକ୍ରମରେ ଶିକ୍ଷକୟିତ୍ରୀ ରୂପଶ୍ରୀ ପାତ୍ର,ସୌଭାଗିନୀ ରଥ, ମଧୁମିତା ମହାପାତ୍ର,ରୋଜି ସୁବୁଦ୍ଧି ଓ ରୋଷେୟା ମାଆମାନେ ସହଯୋଗ କରିଥିଲେ। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର କୁମାର ନାହାକ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ କାର୍ଯ୍ଯକ୍ରମକୁ ସଂଯୋଜନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ଗଣେଶ ଚନ୍ଦ୍ର ବେହେରା।

nis-ad
Leave A Reply

Your email address will not be published.