ଉମରକୋଟ ତହସିଲରେ ଭୁଲେଖ ଅନଲାଇନ ନ ହେବାରୁ ସାଧାରଣ ଜନତା ହନ୍ତସନ୍ତ…

ଉମରକୋଟ : ସୂଚନା ପ୍ରକାରେ ଉମରକୋଟ ତହସିଲ ଅଫିସରେ ପ୍ରତ୍ୟେକ ଦିନ ବିଭିନ୍ନ ଗ୍ରାମରୁ ଲୋକମାନେ ଜମିପଟ୍ଟା ଧରି ଉମରକୋଟ ତହସିଲଦାର ଅଫିସରେ ଆସୁଥିଲେ ଭୁଲେଖ ପାର୍ଶରେ ଅନଲାଇନ କରିବା ପାଇଁ, କାରଣ ପଟ୍ଟା ଅନଲାଇନ ନହେଲେ ଜମି କିଣା ବିକାଠୁ ଆରମ୍ଭ କରି କୌଣସି ସରକାରୀ ଋଣ ବା ସରକାରୀ ସୁବିଧା ପାଉନଥିଲା | ସେଥିପାଇଁ ବିଭିନ୍ନ ଗ୍ରାମରୁ ଆରମ୍ଭ କରି ସହର ପର୍ଯନ୍ତ ନିରୀହ ଲୋକ ଆସି ତହସିଲ ଦାର ମହାଶୟ ପାଖରେ ଗୁହାରି ହେଉଥିଲେ, କିଛିଦିନ ପୂର୍ବରେ ବରଭରଣ୍ଡୀ ଆର. ଆଇ ସର୍କଲର ବହୁତ ଆଦିବାସୀ, ଏବଂ ବଙ୍ଗାଳି ଲୋକ ଆସି ବହୁତ କାକୁତି ମିନତୀ ହୋଇ ପଟ୍ଟା ଅନଲାଇନ କରିବା ପାଇଁ ଗୁଆରି ହେଉ ଥିଲା, ଏଭଳି ଅଭାବନିଅ ଦୃଶ୍ୟ ଦେଖି ବାକୁ ମିଳି ଥିଲା, ଭୁଲେଖ ପାର୍ସରେ ଅନଲାଇନ କରିବା ପାଇଁ ଉମରକୋଟ ଅତିରିକ୍ତ ତହସିଲଦାର ଡ଼:ଉମେଶ କୁମାର ପୂଜାରୀ ଦାୟିତ୍ତରେ ଥିବାରୁ ତାଙ୍କୁ ଏହି ବିଷୟରେ ପଚାରିବାରୁ ଶାନ୍ତନା ମୂଳକ ଉତ୍ତର ମିଳିନଥିବା ସହ ବିରକ୍ତି ଭାବ ପ୍ରକାଶ କରିଥିଲେ, ବହୁ ବର୍ଷ ଧରି ଉମରକୋଟ ସାଧାରଣ ଜନତା ସେଟେଲମେଣ୍ଟ ପଟ୍ଟା ପାଇଁ ଦାବି କରି ଆସୁଥିଲେ ସୁଧ୍ୟା ଉମରକୋଟ ତହସିଲ ଏଦିଗର କୌଣସି ତତ୍ପରତା ଦେଖାଉ ନାହାନ୍ତି |
ଉମରକୋଟ ସାଧାରଣ ଜନତାଙ୍କ ମନରେ ଗୋଟଏ ବିରାଟ ପ୍ରଶ୍ନ ସୃଷ୍ଟି ହେଇଚି ଯେ ଭୁଲେଖ ଅନଲାଇନ ହେବାରେ ନବରଙ୍ଗପୁର ଜିଲ୍ଲା ପାଳ ପୂରୁସ୍କୃତ ହେଇଛନ୍ତି, ହେଲେ ଉମରକୋଟ ତହସିଲରେ କେତେ ପରସେଣ୍ଟ ଜମି ଅନଲାଇନ କରାଯାଇଅଛି, ଏ ବିଷୟରେ ଉମରକୋଟ ଅତିରିକ୍ତ ତହସିଲଦାର ମହାଶୟଙ୍କୁ R.T. I ମଗାଯାଇଥିଲା, ସେଥିରେ ଯେଉ ତଥ୍ୟ ଦେଇଛନ୍ତି ତାହା ନିମ୍ନରେ ଦର୍ଶା ଯାଇଅଛି, ଉମରକୋଟ ଆର.ଆଇ. ସର୍କଲ 100%,ବେହରା ସର୍କଲ 100%,ଭାମିନୀ ସର୍କଲ 100%, ସିଂସାରୀ ସର୍କଲ 100%, ସୁନାବେଡା ସର୍କେଲ 65.90%, ଶିଳାଟି ସର୍କଲ 45.89%, ଚିକଲପଦର ସର୍କଲ 14.61%, ହୀରାପୁର ସର୍କଲ 5.50, ବରଭରଣ୍ଡୀ ସର୍କଲ,1.39%, ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ଉମରକୋଟ ତହସିଲ ଅଫିସରେ, ସାଧାରଣ ଜନତା ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ, ନବରଙ୍ଗପୁର ଜିଲ୍ଲାପାଳ ଏଦିଗରେ ତୁରନ୍ତ ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ନେବାପାଇଁ ସାଧାରଣର ଦାବି ହେଉଛି |

nis-ad
Leave A Reply

Your email address will not be published.