ଏନ୍‌.ସି.ସି ମହାନିର୍ଦ୍ଦେଶକ ଲେନେନ୍ଟ ଜେନେରାଲ ଗୁର୍‌ବିର୍‌ପାଲ୍ ସିଂ ଏଭିଏସଏମ, ଭିଏସ୍ଏମଙ୍କ ଓଡିଶା ଏନ୍‌.ସି.ସି ନିର୍ଦ୍ଦେଶାଳୟ ପରିଦର୍ଶନ

ବ୍ରହ୍ମପୁର : ଏନ୍‌.ସି.ସି. ମହାନିର୍ଦ୍ଦେଶକ ଲ୍ୟୁଟ୍‌ନାନ୍ଟ ଜେନେରାଲ ଗୁର୍‌ବିର୍‌ପାଲ୍ ସିଂ, ଅତି ବିଶିଷ୍ଟ ସେବା ମେଡାଲ୍‌, ବିଶିଷ୍ଟ ସେବା ମେଡାଲ୍ ଚଳିତ ମାସ ୯ ଓ ୧୦ ତାରିଖ ଦୁଇଦିନିଆ ଓଡିଶା ଗ୍ରସ୍ତରେ ଆସି ରାଜ୍ୟ ଏନ୍‌.ସି.ସି ନିର୍ଦ୍ଦେଶାଳୟରେ ପହଂଚିଥିଲେ । ସେଠାରେ ଏନ୍‌.ସି.ସିର ଉପମହାନିର୍ଦ୍ଦେଶକ କମୋଡର ଜେ. ସୁରେଶ ରାଜ୍ୟ ଏନ୍‌.ସି.ସି ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଓଡିଶାରେ ଥିବା ତିନୋଟି ଏନ୍‌.ସି.ସି ଗ୍ରୁପ୍ ଯଥା ବ୍ରହ୍ମପୁର, କଟକ ଓ ସମ୍ବଲପୁରର ଗ୍ରୁପ୍ କମାଣ୍ଡରମାନେ ନିଜ ନିଜ ଗ୍ରୁପରେ କାର୍ଯ୍ୟକାରୀ କରାଉଥିବା ଏନ୍‌.ସି.ସିର ବିଭିନ୍ନ କାର୍ଯ୍ୟକ୍ରମ ସହିତ ସ୍କୁଲ ଓ କଲେଜରେ ପ୍ରଦାନ କରାଯାଉଥିବା ଏନ୍‌.ସି.ସି ତାଲିମ ସମ୍ପର୍କରେ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ । ଜେନେରାଲ୍ ସିଂ ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେ ବ୍ରହ୍ମପୁର ଏନ୍‌.ସି.ସି ଗ୍ରୁପ ଅଧିନସ୍ଥ ୨ୟ ଓଡିଶା ବାଟାଲିୟନ୍ ଏନ୍‌.ସି.ସି ୟୁନିଟ୍ ଦ୍ୱାରା ପରିଚାଳିତ ଏକ୍ ଭାରତ୍ ଶ୍ରେଷ୍ଠ୍ ଭାରତ୍ ଶିବିର ପରିଦର୍ଶନ ସମୟରେ ବାୟୁ ରକ୍ଷା ମହାବିଦ୍ୟାଳୟର କମାଣ୍ଡନ୍ଟ ଲ୍ୟୁଟ୍‌ନାନ୍ଟ ଜେନେରାଲ୍ ୟୁ.ଭି.ତାଲୁର୍‌ଙ୍କ ସହିତ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ । ଜେନେରାଲ୍ ସିଂ ପୁରୀସ୍ଥିତ ୬ଷ୍ଠ ଓଡିଶା ଏନ୍‌.ସି.ସି ବାଟାଲିୟନ୍ ଓ ଚିଲିକା ନାଭାଲ୍ ସେନ୍ଟର ଠାରେ ନୈାସୈନିକ କ୍ୟାମ୍ପ ପରିଦର୍ଶନ କରିଥିଲେ । ଗୋପାଳପୁର ମିଲିଟାରୀ ଷ୍ଟେସନରେ ଅନୁଷ୍ଠିତ ଏକ୍ ଭାରତ୍ ଶ୍ରେଷ୍ଠ୍ ଭାରତ୍ ଓ ଆର୍ମୀ ଆଟାଚମେନ୍ଟ ଶିବିର ପରିଦର୍ଶନ କରି ଶିବିରାର୍ଥୀମାନଙ୍କ ସହିତ ଭାବ ବିନିମୟ କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପ୍ରତି ନିସ୍ୱାର୍ଥପର ସେବାର ନିଦର୍ଶନ ସ୍ୱରୁପ ଯୋଗ୍ୟତା ସମ୍ପନ୍ନ ଜଣେ କ୍ୟାଡେଟ୍‌, ଜଣେ ଆସୋସିଏଟ୍ ଏନ୍‌.ସି.ସି ଅିସର ଓ ଜଣେ ଗାର୍ଲ୍ସ କ୍ୟାଡେଟ୍ ଇନ୍‌ଷ୍ଟ୍ରକ୍ଟରଙ୍କୁ ଡି.ଜି ଏନ୍‌.ସି.ସି ମେଡାଲ୍‌/କମେଣ୍ଡେସନ୍‌ କାର୍ଡ/ପ୍ଳାକ୍ ଦ୍ୱାରା ସମ୍ମାନୀତ କରିଥିଲେ ।

nis-ad
Leave A Reply

Your email address will not be published.