ସୌରଭ ଶାରଦୀୟ ଉତ୍ସବ ୨୦୨୩ ଅନୁଷ୍ଠିତ…


ବ୍ରହ୍ମପୁର: ସ୍ଥାନୀୟ କ୍ଷୁଦ୍ର ଜଳସଚନ ସମ୍ମିଳନୀ କକ୍ଷରେ ସୌରଭ ଶାରଦୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ନାଟ୍ୟକାର ଓ କବି ବିପିନ ମହାପାତ୍ର ଉଦ୍ଘାଟକ ଭାବେ ଯୋଗ ଦେଇ ସୌରଭ ଶାରଦୀୟ ପର୍ବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରହିଥିଲେ । ଖ୍ୟାତିସମ୍ପନ୍ନ ବିଶିଷ୍ଟ କବି ବିପ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୌରଭ ଶାରଦୀୟ ଉତ୍ସବ ଅନୁଷ୍ଠିତ ହେଲେ ,ପାର୍ବଣ ଋତୁ ଆସିଲା ଭଳି ଅନୁଭବ ହୁଏ ବୋଲି ନିଜ ଅଭିଭାଷଣରେ କହିଥିଲେ । ମେୟର ତଥା କବି ସଂଘମିତ୍ର। ଦଳେଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୌରଭ ସାହିତ୍ୟ ପତ୍ରିକା କେବଳ ବ୍ରହ୍ମପୁର ନୁହେଁ ସମଗ୍ର ଓଡ଼ିଶାର ଗର୍ବ ଓ ଗୌରବ ଏବଂ ଏଥିରେ ପ୍ରକାଶିତ ସମସ୍ତ ଲେଖା ଅତ୍ୟନ୍ତ ଉଚ୍ଚକୋଟୀର ବୋଲି

ଦର୍ଶାଇଥିଲେ । ବିଶିଷ୍ଟ କବି ସୁଶାନ୍ତ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କଯ୍ୟକ୍ରମରେ ନାଟ୍ୟକାର ଓ କବି ଇଂ ଜାମିନୀକାନ୍ତ ଦାସ ମୁଖ୍ୟବକ୍ତା ,ଗୀତିକବି ଇଂ ପ୍ରଦୀପ କୁମାର ଷଡଙ୍ଗୀ
ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସୌରଭ ଶାରଦୀୟ ସଂଖ୍ୟା ଉନ୍ମୋଚିତ ହୋଇଥିଲା ଏବଂ ଖ୍ୟାତି ସମ୍ପନ୍ନ ସାହିତ୍ୟିକ ଶ୍ରୀଯୁକ୍ତ ବିପ୍ଳବ , ମଣିରାମ ଜେନା, ରାଞ୍ଜୁ ଅମାତ ,କାମଦେବ ମହାରଣା ,ରୂପେଶ ସାହୁ,ଶିବସୁନ୍ଦର ପାଣିଗ୍ରାହୀ,ଲଳିତ କୁମାର ସ୍ୱାଇଁ ଓ ଶାଶ୍ୱତ ମିଶ୍ରଙ୍କୁ ସୌରଭ ସାହିତ୍ୟ ପ୍ରତଭା ସମ୍ମାନ ପ୍ରଦାନ କରାଯାଇଥିଲା ।ଏହାସହ ଏକ ମନୋଜ୍ଞ କବିତା ଆସର ବରିଷ୍ଠ କବି ଗୌରଚନ୍ଦ୍ର ଷଡଙ୍ଗୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା ,କବି ତଥା ଡାକ୍ତର ରାଜେନ୍ଦ୍ର କୁମାର ବେହେରା ମୁଖ୍ୟାତିଥି, କବି ପ୍ରଫୁଲ ତ୍ରିପାଠୀ ସମ୍ମାନିତ ଅତିଥି କବି ଦୀପ୍ତିଲେଖା ମିଶ୍ର ଓ ଦୀପ୍ତିମିତା ମହାପାତ୍ର ସଂଯୋଜିକା ଭାବେ ମଞ୍ଚଆସିନ ଥିଲେ । ବହୁ କବି ନିଜର କବିତା ଆବୃତ୍ତି କରିଥିବା ବେଳେ ଦରଦୀ କବି ସତ୍ୟମ ଆଚାରୀ ଧନ୍ୟବାଦ ଅର୍ପଣ କରଥିଲେ ।

nis-ad
Leave A Reply

Your email address will not be published.