ଗୋପବନ୍ଧୁ ଜୟନ୍ତୀ ଓ ସ୍ମୃତିରେ ସ୍ମୁତିରେ ମନୋରଞ୍ଜନ…

ଫୁଲବାଣୀ – ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ 147ତମ ଜୟନ୍ତୀ ଓ ସାହିତ୍ୟିକ, ସାମ୍ବାଦିକ, ସଂଗଠକ, ଅଧିବକ୍ତା ମନୋରଞ୍ଜନ ନନ୍ଦ ଙ୍କ ନବମ ମାସିକ ଶ୍ରାଦ୍ଧସଭା ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ ହୋଇଯାଇଛି l ଜିଲ୍ଲା ଲେଖକ ସାମ୍ମୁଖ୍ୟ ଓ ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ର ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ଦୁଇ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧା ପ୍ରକଟ କରିବା ସହ ସ୍ମୃତି ଚାରଣ କରିଥିଲେ l ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସଭାପତି ବ୍ରଜବନ୍ଧୁ ମଲ୍ଲିକ ସଭାର ଅଧ୍ୟକ୍ଷତା କରିଥିଲା ବେଳେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ତଥା ବରିଷ୍ଠ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ଅତିଥିମାନଙ୍କ ପରିଚୟ ରଖିଥିଲେ ଓ ମନୋଜ୍ଞ କବିତା ପାଠର ସଂଯୋଜନା କରିଥିଲେ l ସମ୍ମାନିତ ଅତିଥି ଭାବେ ସାହିତ୍ୟ ଘରର ସଂଯୋଜକ ଡ଼ଃ ରଞ୍ଜନ ପ୍ରଧାନ, ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ପାଦକ ବନବିହାରୀ ନନ୍ଦ, ଫୁଲବାଣୀ ବିଭାଗ ନିରୀକ୍ଷକ ପଦ୍ମନାଭ ସାମଲ, ଏବଂ ମୁଖ୍ୟ ଅତିଥି ରବୀନ୍ଦ୍ର ନାଥ ମିଶ୍ର ଉପସ୍ଥିତ ରହି ଦୁଇ ପୁଣ୍ୟାତ୍ମାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ l ସେମାନଙ୍କ କାର୍ଯ୍ୟାଧାରାରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ l ଏହି ଅବସରରେ ସ୍ମୁତିରେ ସ୍ମୃତିରେ ମନୋରଞ୍ଜନ କବିତା ପାଠ ସହ ସ୍ବର୍ଗତ ନନ୍ଦଙ୍କ ଏକ ସ୍ମରଣିକା ଅମ୍ଲାନ ପ୍ରତିଭା ଉନ୍ମୋଚିତ ହୋଇଥିଲା l ବିଭାବନା ସାହିତ୍ୟ ପତ୍ରିକାର ସମ୍ପାଦକ ସ୍ବର୍ଗତ ମନୋରଞ୍ଜନ ନନ୍ଦଙ୍କ ସୁପୁତ୍ର ମାନସ କୁମାର ନନ୍ଦ ଓ ତାଙ୍କର ପୁତ୍ରବଧୂ ମନୀଷା ନନ୍ଦ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ବର୍ଗତ ଆତ୍ମାଙ୍କ ପ୍ରତି ମାସିକିଆ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆଜିକା ସମୟରେ ଏକ ବିରଳ ଦୃଷ୍ଟାନ୍ତ ବୋଲି ସମସ୍ତ ବକ୍ତାମାନେ ପ୍ରଶଂସା କରିଥିଲେ l ଆୟୋଜିତ କବିତା ପାଠରେ ସର୍ବଶ୍ରୀ ନବୀନ କିଶୋର ପଣ୍ଡା, ଦୁର୍ଯ୍ୟୋଧନ ପ୍ରଧାନ, ରାମକୃଷ୍ଣ ବେହେରା, ସୋମନାଥ ସହୁ, ସନ୍ତୋଷ କୁମାର ତ୍ରିପାଠୀ, ଶ୍ରୀରାମ ସାହୁ, ପ୍ରତିଭା ଦାଶ, ଦେବେନ୍ଦ୍ର ପଟ୍ଟନାୟକ , ନିବେଦିତା ରାଉତ ଓ କୁଳମଣି ମହାରଣା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ପ୍ରାରମ୍ଭରେ ଆଚାର୍ଯ୍ୟ ଦୁର୍ଯ୍ୟୋଧନ ସିଂ ସ୍ୱାଗତ ସଂଗୀତ ଗାନ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରାଜେନ୍ଦ୍ର କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ମାନସ ନନ୍ଦ, କୈଳାଶ ଚନ୍ଦ୍ର ଧଳ, ମନୀଷା ନନ୍ଦ, ପ୍ରସନ୍ନ ପଣ୍ଡା,ମନଜିତ ନନ୍ଦ , ମନୁଶ୍ରୀ ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ l

nis-ad
Leave A Reply

Your email address will not be published.