ଗାଡିର ନଥିପତ୍ର ଯାଜ୍ଜ ଆଳରେ ବାବୁଙ୍କ ଆତଙ୍କ ରାଜ୍ ! ଟ୍ରକ ଡ୍ରାଇଭର କୁ ବଟି ମାଗି ବିଫଳ ଛତ୍ରପୁର ଥାନା ରେ ଅଭିଯୋଗ ….

ବାବୁଙ୍କ ଲମ୍ବା ହାତ କାହାକୁ ଖାତିର ନାହିଁ…!


ବ୍ରହ୍ମପୁର: ୯-୧୦ ନଥିପତ୍ର ଯାଞ୍ଚ ନାମରେ ଦଲାଲ ଙ୍କ ଗୁଣ୍ଡା ରାଜ ଟ୍ରକ ଡ୍ରାଇଭେର କୁ ମାଡ଼ ମାରିବା ନେଇ ଛତ୍ରପୁର ଥାନା ରେ ଅଭିଯୋଗ। ଛତ୍ରପୁର ଆରଟିଓ ଛୁଟିରେ ଥିବା ଯୋଗୁଁ ଏମଭିଆଇ ଦାଇତ୍ୱ ରେ କାର୍ୟ୍ଯ ଭାର ସମ୍ଭାଳୁ ଥିଲେ। ରବିବାର ଦିନ ଛତ୍ରପୁର ଠାରେ ମାଲ ବାହୀ ଟ୍ରକ ଗୁଡ଼ିକର ଯାଞ୍ଚ ପାଇଁ କୁଆଡ଼େ ବାବୁ ଙ୍କ କିଛି କର୍ମଚାରୀ ଓ ଦଲାଲ ମାନେ ବାହାରି ଥିଲେ।ଆନ୍ଧ୍ର ପ୍ରଦେଶ ର ଏକ ଟ୍ରକ କୁ ଅଟକାଇ କାଗଜ ପତ୍ର ମାଗିଥିଲେ।ଡ୍ରାଇଭେର କାଗଜ ପତ୍ର ଦେଖାଇବା ପରେ କୁଆଡ଼େ ବଟି ଦେବା ପାଇଁ ଦାବୀ କରିଥିଲେ। ବଟି ଦେବାକୁ ମନା କରିବା ପରେ ପୋଲିସ ଢାଞ୍ଚା ରେ ଡ୍ରାଇଭେର କୁ ମାଡ଼ ମାରିଥିଲେ। ଏନେଇ ଡ୍ରାଇଭେର ଛତ୍ରପୁର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଏମଭି ଆଇ ଙ୍କୁ ପଚାରିବାରୁ ସେ କହିଲେ ମୁଁ ଜାଣିନି ମୁଁ ନଥିଲି।ଆପଣ ଦାଇତ୍ୱ ରେ ଅଛନ୍ତି, ବୋଲି କହିବାରୁ ବାବୁ କହିଲେ ମୁଁ ଶୁଣିଛି ଖବର ନେବି ଆପଣ ତ ଆମ ବିରୁଦ୍ଧରେ ଲେଖୁଛନ୍ତି, ଲେଖନ୍ତୁ କହି କଥା କୁ ହାଲୁକା ଭାବେ ନେଇଥିଲେ। ନିସର୍ତ୍ତ ରେ ଗଞ୍ଜାମ ଏଭିଆଇ ଙ୍କ ଦ୍ୱାରା ବ୍ରହ୍ମପୁର ର ହଳଦିଆ ପଦର ଅଟୋ ନଗର ଓ ଛତ୍ରପୁର ଅଗସ୍ତି ନୂଆଗାଁ ରେ ଫିଟନେସ ସମୟରେ ଦଲାଲ ମାନେ ସକ୍ରିୟ ହୋଇ ବଟି ଆଦାୟ କରିବା ଖବର ରୀଟିମତ ପ୍ରକାଶ ପାଉଛି। ଏଠାରେ ଡ୍ରାଇଭର କୁ ମାଡ଼ ମରା ଘଟଣା ପରେ ନିସର୍ତ୍ତ ର ଖବର ସତ୍ୟ ବୋଲି ପ୍ରମାଣିତ ହୋଇଛି। ବାବୁଙ୍କ ଆଶୀର୍ବାଦ ରେ ବାହାର ଜିଲ୍ଲାର ନରେଶ ଓ ବିଶ୍ଵ ନାମକ ଏହି ଦୁଇ ଯୁବକ ଫିଟନେସ ସମୟରେ ନାଲି ଆଖି ଦେଖାଇ ମୋଟା ଅଙ୍କ ଆଦାୟ କରୁଥିବା ଚର୍ଚ୍ଚା ହେଉଛି। ଡ୍ରାଇଭେର ଙ୍କୁ ମାଡ଼ ମାରିଥିବା ବ୍ୟକ୍ତି ଓ ସାଙ୍ଗରେ ଥିବା ବାବୁ ଙ୍କ ପ୍ରତି କି

କାର୍ଯ୍ୟାନୁଷ୍ଠାନ ହେଉଛି ତାହା ସମୟ ସାଫେକ୍ଷ l ଏ ମାନଙ୍କ ପଛରେ କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରହିଛି ତାହାମଧ୍ୟ ତଦନ୍ତ ସଫେକ୍ଷ । ସରକାରୀ ନିୟମ ଅନୁଯାଇ ଆର ଟି ଓ କାର୍ଯ୍ୟାଳୟ କୁ ଦଲାଲ ମୁକ୍ତ କରାଯିବାକୁ ନିୟମ ଜାରି ହୋଇଛି କିନ୍ତୁ ଏହାର ବ୍ୟତିକ୍ରମ ଗଞ୍ଜାମ ଜିଲ୍ଲା କହିଲେ କିଛି ଭୁଲ ହେବ ନାହିଁ l ଗଞ୍ଜାମ ଜିଲ୍ଲା ଏମ ଭି ଆଇ ମହାଶୟ ଏହି ଦଲାଲ ମାନଙ୍କୁ ବାବୁ ଙ୍କ କାର୍ଯ୍ୟଳୟ ଓ ଫିଟନେସ ହେଉଥିବା ସ୍ଥାନରୁ ନିୟୋଜିତ କରି ସାଧାରଣ ଲୋକଙ୍କ ଠାରୁ ଜୋର ଜବରଦସ୍ତ ବଟି ଆଦାୟ କୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ଯାହାର ନଗ୍ନ ଚିତ୍ର ବର୍ତମାନ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି, ଶୁଣିବାକୁ ମିଳୁଛି ବାବୁଙ୍କ କୁଆଡେ ଲମ୍ବା ହାତ ଦେଖା ଯାଉ ବାବୁ ଏହି ଅଭିଯୋଗ କୁ ରଫା ଦଫା କରିବାରେ ସଫଳ ହେଉଛନ୍ତି କି ନାହିଁ l ଏହି ମାଡ ମରା ଘଟଣା କୁ ନେଇ ଛତ୍ରପୁର ଥାନା ଅଧିକାରୀ ଙ୍କ ସହିତ ଯୋଗାଯୋଗ କରାଯାଇଥିଲା ଥାନା ଅଧିକାରୀ ସ୍ପଷ୍ଟ କରିଛନ୍ତି ଅଭିଯୋଗ ହୋଇଛି କିନ୍ତୁ ଭାଷାଗତ କାରଣରୁ କାରଣ ମାଡ ଖାଇଥିବା ଡ୍ରାଇଭର ତେଲୁଗୁ ଭାଷା ର ହୋଇଥିବା ଯୋଗୁଁ ତଦନ୍ତ ବିଳମ୍ବ ହେଉଛି ଏକ ମଧ୍ୟସ୍ଥି କୁ ଡାକି ତଦନ୍ତ କରାଯିବ ବୋଲି ଗଣମାଧ୍ୟମ କୁ ଥାନା ଭାରପ୍ରାପ୍ତ ଅଧିକାରୀ ଜଣାଇ ଛନ୍ତି l ଦେଖା ଯାଉ ତଦନ୍ତ କେଉଁଆଡେ ଯାଉଛି l ସୂଚନା ଥାଉକି ସ୍ଥାନୀୟ ଗଞ୍ଜାମ ଜିଲ୍ଲା ଏମ ଭି ଆଇ ଙ୍କ ଦୁର୍ନୀତି ବାଟରୁ ଯାଇ ହାଟରେ ଗଡ଼ିଲାଣି ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେବା ସହିତ ଉକ୍ତ ଏମ ଭି ଆଇ ମହାଶୟ ଙ୍କୁ ଏଠାରୁ ହଟାଇଲେ ସାଧରଣ ଲୋକେ ଉପକୃତ ହେବେ ବୋଲି ସାଧାରଣ ରେ ଦାବୀ ହେଉଛି। ସରକାରଙ୍କ ପକ୍ଷରୁ ଦଲାଲ ମୁକ୍ତ ପାଇଁ କଡ଼ା ନିର୍ଦ୍ଧେଶ ଥିଲେ ମଧ୍ୟ ବାବୁ ଏଥିରେ ଖିଲାପ କରିଲେ ମଧ୍ୟ ତାଙ୍କର ଉପରେ ଭୁବନେଶ୍ୱର କିଏ ଜଣେ ଅଦୃଶ୍ୟ ଶକ୍ତି ଙ୍କ ଆଶୀର୍ବାଦ ଥିବା ଚର୍ଚ୍ଚା ହେଉଛି। ଏଥି ଯୋଗୁଁ ବାବୁ କହୁଛନ୍ତି,ଖବର ପ୍ରକାଶ ହେଉଥିବ, ସାରା ରାଜ୍ୟରେ ଥିବା କାର୍ଯ୍ୟଳୟ ରେ ଏମିତି ହେଉଛି ତାଙ୍କର କିଛି ହେବାର ନାହିଁ l ତେଣୁ ଏହି ଅଭିଯୋଗ କୁ ଭିତ୍ତି କରି ଗଞ୍ଜାମ ଜିଲ୍ଲା ପାଳ ଓ ଏସପି ଏହି ବେଆଇନ କାର୍ଯ୍ୟ କୁ ବନ୍ଦ କରିବାକୁ ଦୃଢ଼ ଦାବୀ ବୁଦ୍ଧି ଜୀବି ଓ ସାଧାରଣ ରେ ହେଉଛି। ଆଗକୁ ଦଶହରା ଏହି ବାହାନା ରେ ଗାଡି ଯାଞ୍ଚ ନାମରେ ପୁଳା ପୁଳା ବଟି ଆଦାୟ ହେବା ସ୍ୱାଭାବିକ କାରଣ NH ଦେଇ ପଡୋଶୀ ରାଜ୍ୟ ମାନଙ୍କ ଗାଡି ଯାତାୟାତ ହେଉଛି ଯାହାଫଳରେ ଡ୍ରାଇଭର ଓ ଗାଡି ମାଲିକ ମାନେ ଶୋଷଣ ର ଶିକାର ହେଉଛନ୍ତି ତେଣୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେବାକୁ ଦାବି ଯେଉଁଛି

nis-ad
Leave A Reply

Your email address will not be published.