ବିଜେଡି ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍‌ଙ୍କ ୧୪୬ ତମ ଜୟନ୍ତୀ ପାଳନ…

ଫୁଲବାଣୀ : ପବିତ୍ର ଉତ୍କଳମଣି ଗୋପବନ୍ଧୁ ଦାସ୍‌ଙ୍କ ୧୪୬ ତମ ଜୟନ୍ତୀ ଅବସରରେ ଫୁଲବାଣୀର ନଗର ବିଜୁ ଜନତା ଦଳ ତରଫରୁ ନଗର ସଭାପତି ବିମଳ ପାଢୀଙ୍କ ନେତୃତ୍ବରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି। ସେବା ଓ ତ୍ୟାଗର ଅନନ୍ୟ ପ୍ରତୀକ ତଥା ଉତ୍କଳ ଗୌରବ ମହାନ ସ୍ୱାଧୀନତା ସଂଗ୍ରାମୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଦୁଃଖୀ ଦରିଦ୍ରର ବନ୍ଧୁ l ଏହି ମହତ୍ ବ୍ୟକ୍ତିଙ୍କ ଜୟନ୍ତୀ ଅବସରରେ ଫୁଲବାଣୀ ନଗର ବିଜୁ ଜନତା ଦଳ ତରଫରୁ ସ୍ବର୍ଗତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଥିଲା l ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମାନ୍ୟବର କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ଜିଲ୍ଲା ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଲିକ, ସଂଖ୍ୟାଲଘୁ ସେଲର ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ, ଫୁଲବାଣୀ ପୌର ପରିଷଦ ଉପାଧ୍ୟକ୍ଷା ପାୟଲ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ କମଳ ବେହେରା ଏସ.ସି.ସେଲ ଜିଲ୍ଲା ଉପସଭାପତି ପ୍ରତାପ ବେହେରା, ନଗର କାର୍ଯ୍ୟକାରୀ ସଭାପତି ସୁଧୀର କହଁର, ନଗର ସାଧାରଣ ସମ୍ପାଦକ ବିକ୍ରମ ବେହେରା,ଜିଲ୍ଲା ଯୁବ ଉପ ସଭାପତି ପାର୍ଥ ବିଶ୍ୱାଳ, ସାଧାରଣ ସମ୍ପାଦକ ପ୍ରିୟ ରଞ୍ଜନ ମିଶ୍ର,ଯୁବ ନଗର ଉପ ସଭାପତି ରବୀନ୍ଦ୍ର ଷଡ଼ଙ୍ଗୀ ୱାର୍ଡ ସଭାପତି ଏସ. ଏମ. ନିଜାମ, ଗଗନ ପଟ୍ଟନାୟକ, ୱାର୍ଡ ମେମ୍ବର ତଥା ସହରାଞ୍ଚଳ ଯୋଜନା ବୋର୍ଡ ସଦସ୍ୟ ରାଜେନ୍ଦ୍ର ପାଢ଼ୀ, ୱାର୍ଡ ମେମ୍ବର ମାଧବୀ ମିଶ୍ର, ମୃତଞ୍ଜୟ ପେରା, ଟୁକୁନ୍ଦର ସେଠି, ଲୋଚନ କହଁର ପ୍ରମୁଖ ଙ୍କ ସମେତ ବହୁ ସଂଖ୍ୟାରେ ବିଜେଡ଼ି କର୍ମକର୍ତା ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.