ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ 5T ସଭା…

ଫୁଲବାଣୀ : ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅଧକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧକ୍ଷତାରେ 5T ସଭା ଅନୁଷ୍ଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦ ରଞ୍ଜନ ସାହୁ 5T କାର୍ଯ୍ୟକ୍ରମ, ଏଥରେ ବିଦ୍ୟାଳୟ ପରିଚାଳନା କମିଟି ଓ ପୁରାତନ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ସଂକ୍ଷିପ୍ତ ଅଭିଭାଷଣ ରଖିବା ସହିତ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରିବାକୁ ଉପଦେଶ ଦେଇଥିଲେ । ସହକାରୀ ଜନ୍ତ୍ରୀ ଦେବୀ ପ୍ରସାଦ ରାଉତ ଓ କନିଷ୍ଟ ଜନ୍ତ୍ରୀ ଜୀତ ପାଟ୍ଟମଝି ଯଥାକ୍ରମେ 5T ରୂପାନ୍ତରିକରଣ, ସରକାରଙ୍କ ଅନୁଦାନ, ଚାଲିଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ସହିତ ଚାଲିଥିବା କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହିତ ବିଦ୍ୟାଳୟର ଅନ୍ୟାନ୍ୟ ସୁବିଧା – ଅସୁବିଧା ସମ୍ବନ୍ଧରେ ଆଲୋଚନା କରଯାଇଥିଲା । ଅଧ୍ୟାପକ ଶିବରାମ ବେହେରା ଅତୀଥଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହୋଯୋଗ କରିଥିଲେ ।

nis-ad
Leave A Reply

Your email address will not be published.