ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ : ସରକାରୀ ଯୋଜନାର ସଠିକ ରୂପାୟନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ…

ହିଞ୍ଜିଳିକାଟୁ (୭ା୧୦): ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଶନିବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ମାଣଧିନ କାର୍ଯ୍ୟ ଗୁଡିକୁ ଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଶନିବାର ଜିଲ୍ଲାପାଳ ପରିଡା ହିଞ୍ଜିଳିକାଟୁ ଗସ୍ତରେ ଆସି ପୌର ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ବିଡିଓ ସୁବ୍ରତ କୁମାର ଜେନା ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ସହ ନିର୍ମାଣଧିନ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସର୍ମ୍ପକରେ ଆଲୋଚନା କରିବା ସହ ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । । ସେଠାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ବହିଃ ଓ ଆନ୍ତବିଭାଗ କାର୍ଯ୍ୟ, ଉତ୍ତମ ରୋଗୀ ସେବା ପ୍ରଦାନ ସହ ଅନ୍ୟାନ ଆନୁସଙ୍ଗିକ ବ୍ୟବସ୍ଥା ସର୍ମ୍ପକରେ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତ ପ୍ରତିଭା ପାତ୍ରଙ୍କ ସହ ଆଲୋଚନା କରିଥିଲେ । ଚିକିତ୍ସାଳୟ ନିକଟରେ ମିଶନଶକ୍ତି କାଫେ ନିର୍ମାଣ, ଆହାର କେନ୍ଦ୍ର ସ୍ଥାପନ ସହ ଅକ୍ସିଜେନ ପ୍ଳାଣ୍ଟ କେନ୍ଦ୍ର ନିର୍ମାଣ ଦିଗରେ ଆବଶ୍ୟକୀୟ ଭିତ୍ତିଭୂମୀ ପରଖିଥିଲେ । ଚିକିତ୍ସାଳୟ ପରିଶେଷରେ ଥିବା ପୂର୍ତ୍ତ ବିଭାଗର ସାଇଡ କାର୍ଯ୍ୟାଳୟ ଆଵର୍କନା ସହ ଗଛଲତା ଉଠିଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ ଜିଲ୍ଲାପାଳ ।ସେଠାରୁ ସ୍ଥାନୀୟ ବିଜ୍ଞାନ ସ୍ୱଂୟଶାସିତ ମହାବିଦ୍ୟାଳୟ ବୁଲି ଦେଖିବା ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ମୋ କଲେଜ ଯୋଜନାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ । ସେଠାରୁ ୫ନଂ ୱାର୍ଡରେ ନିର୍ମାଣଧିନ ଫେବର ରାସ୍ତାର କାର୍ଯ୍ୟର ଗୁଣବତ୍ତା ବୁଲି ଦେଖିଥିଲେ । ସେଠାରୁ ବସ ଟର୍ମିନାଲ ନିକଟରେ ନିର୍ମାଣଧିନ ରହିଥିବା ମାର୍କେଟ କମ୍ପେ୍ଳକ୍ସ ବୁଲି ଦେଖିବା ସହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେଠାରୁ ସ୍ଥାନୀୟ ବ୍ଳକ ପୋଚିଲିମା ଯାଇ ଖାମ୍ବେୟାଦୋରା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ବୁଲି ଦେଖିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ମୋ କଲେଜ ଯୋଜନାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ବ୍ରହ୍ମପୁର ମହାନଗର ନିଗମ ସେକ୍ରେଟାରୀ ସମ୍ବିତ ରାଉତରାୟ, ତହସିଲଦାର ସୁନିଲ କୁମାର ପ୍ରଧାନ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୌର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବିଜେଡି ନଗର ସଭାପତି ଭୀମସେନ ବେହେରା, ପ୍ୟାରୀମୋହନ ପାଢି, ଜନସ୍ୱାସ୍ଥ୍ୟ ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀଧର ଦାଶଙ୍କ ସମେତ ବହୁ କାଉନସିଲର ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.