ସାଧାରଣ ନିରୀହ ଲୋକଙ୍କ ସହିତ ଖେଳୁଛି ଟାଟା ପାୱାର


ନିମାପଡା ୦୪/୧୦ : ବିଦୂତ୍ ତାର ଲାଗି ବିଭିନ୍ନ ଅଞ୍ଚଳରେ ଲୋକେ ମୃତ୍ୟୁ ମୁଖରେ ପଡ଼ୁଥିବା ଶୁଣିବାକୁ ମିଳୁଥିବା ବେଳେ ତଥାପି ବିଦୁଟ୍ ବିଭାଗ ର ନିଦ ନଭାଙ୍ଗି ବାକୁ ନେଇ ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ପୁରୀ ଜିଲ୍ଲା ନିମାପଡ଼ା ରେ ଦେଖିବାକୁ ମିଳିଛି ଏମିତି ଅନେକ ଦୃଶ୍ୟ। ନିମାପଡା ରୁ କୋଣାର୍କ ଯାଉଥିବା ମୁଖ୍ୟ ରାସ୍ତା ରେ ଯାଇଥିବା ୩୩କେଭି ଲାଇନ କୁ ଲାଗି ଅନେକ ଗଛଅଛି ସେ ଗୁଡିକ ଅନେକ ସମୟରେ ଲାଇନ ତାରକୁ ଲାଗି ନିଆଁ ଜଳୁଥିବା ର ଦେଖିବାକୁ ମିଳୁଛି। ତା ସହିତ ଡେଣୁଅ ଠାରୁ ଗୋପ ଯାଏ କୁଶ ଭଦ୍ରା ନଦୀର ପଠାରେ ଥିବା ରାସ୍ତା କୁ ସରକାର୍ ଅନେକ ଟଙ୍କା ଖର୍ଚ୍ଚ କରି ମାଟି ପୋତି। ରାସ୍ତା କୁ ଉଚ୍ଚା କରିବା ସହିତ ରାସ୍ତାର ସୁଧୁଢ କରଣ କରାଯାଇଛି।କିନ୍ତୁ ଦୁଃଖ ର ବିଷୟ ସେଇ ବାଟରେ ଅନେକ ଟ୍ରାନ୍ସଫରମର ଥିବା ସହିତ ୩୩ କେଭି ର ଅନେକ ବିଦୂତ ଖୁଣ୍ଟ ଅଛି ଆଉ ସେଇ ବିଦୁତ ଖୁଣ୍ଟରେ ବିଭିନ୍ନ ପ୍ରକାର ଲତା ଗଛ ମାଡ଼ି ବର୍ତ୍ତମାନ ଖୁଣ୍ଟି ଗୁଡ଼ିକ ସମ୍ପୂର୍ଣ ବୃକ୍ଷ ଭଳି ଦେଖା ଯାଉଛି।ଖାଲି ଖୁଣ୍ଟି ନୁହେଁ ନଦୀର ବନ୍ଧଠୀ ଉଁଚା ହୋଇଯିବା କାରଣରୁ ଟ୍ରାନ୍ସଫରମର ବସିଥିବା ଜାଗା ଆଉ ରାସ୍ତାର ସମାନ ଅନୁପାତ ରେ ରହିଛି ଯାହା ଫଳରେ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ସହିତ ଗୃହ ପାଳିତ ପଶୁଙ୍କ ଜୀବନ ପ୍ରତି ବିପଦ ଅଛି ଦୁଃଖର ବିଷୟ ପ୍ରତିଦିନ ଏହି ରାସ୍ତା ଦେଇ ବିଦୁତ ବିଭାଗ ଯାତାୟାତ କରନ୍ତି କିନ୍ତୁ କାହାର ମଧ୍ୟ ଏଥି ପ୍ରତି ଦୃଷ୍ଟି ନପଡ଼ିବା ବିଦୁତ ବିଭାଗର ଖାମ୍ ଖିଆଲି କର୍ଯ୍ୟାଶୈଳୀ କୁ ସୂଚିତ କରୁଥିବା ଦେଖା ଦେଇଛି।ଏହି ବିଦୁତ୍ ଖୁଣ୍ଟ କୁ ଲାଗିବା ସହିତ ଏହି ରାସ୍ତାରେ ଅନେକ ଲୋକଙ୍କ ଘର ଅଛି ପିଲାଠୁ ବୁଢ଼ା ଯାଏଁ ଏହି ରାସ୍ତା ଦେଇ ଅନେକ ଲୋକଙ୍କ ଘର ଥିବା ବେଳେ ଏହି ଖୁଣ୍ଟ ଦେଇ ଯାଇଥାଆନ୍ତି,କେତେବେଳେ କାହା ଜୀବନ ଯାଇପାରେ କେହିବି କିଛି କହିହେବନି ବର୍ତ୍ତମାନ ବର୍ଷା ଦିନ ଥିବା ବେଳେ ସରକାର୍ ବିଦୁତ ଖୁଣ୍ଟ କୁ ନ ଛୁଇଁବା ପାଇଁ ସଚେତନ କରୁଥିବା ଶୁଣିବାକୁ ମିଳୁଛି କିନ୍ତୁ ଏ ଭଳି ବିପଦ ପୂର୍ଣ୍ଣ ବିଦୁତ ଖୁଣ୍ଟ ପ୍ରତି କାହାର ଦୁଷ୍ଟି ନପଡ଼ିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ ଅନେକ ଗାଁ ରୁ ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କିନ୍ତୁ ବିଦୁତ ବିଭାଗ ପ୍ରେତେକ ମାସରେ ବିଦୁତ୍ କର୍ମଚାରି ବିଦୁତ୍ ବିଲ୍ ପାଇଁ ଘରକୁ ଘର ବୁଲିଥାନ୍ତି କିନ୍ତୁ ଏ ଭଳି ଖାମ୍ ଖିଆଲି ଭାବେ କାର୍ଯ୍ୟ କରିବା ନିମାପଡା ବିଦୁତ୍ ବିଭାଗର ଯନ୍ତ୍ରୀ ଓ କର୍ମଚାରିଙ୍କ କାର୍ଯ୍ୟ ଶୈଳୀ କୁ ପ୍ରଶ୍ନବାଚୀ ଶୁଷ୍ଟି କରିଛି।ଆଗାମୀ ଦିନରେ ଯଦି ଅଘଟଣ ଘଟେ ତେବେ କିଏ ଦାଇ ରହିବେ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି ଯଥାଶୀଘ୍ର ଏହାର ସ୍ତାୟୀ ସମାଧାନ କରାଗଲେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ପ୍ରକାରର ଗୃହପାଳିତ ପଶୁ ପକ୍ଷୀଙ୍କ ଜୀବନ ସୁରକ୍ଷିତ ରହିବ ବୋଲି ସାଧାରଣ ଲୋକେ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.