ଗଞ୍ଜାମ ଜିଲ୍ଲାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡୁଛି :ଜିଆରଏସ ଙ୍କୁ ହତ୍ୟା…


ପୁରୁଷୋତ୍ତମପୁର :୪-୧୦ ଗଞ୍ଜାମ ଜିଲ୍ଲାରେ ଥମୁନି ହତ୍ୟାକାଣ୍ଡ ଘଟଣା ଏକ ସପ୍ତାହ ରେ ତିନି ମୁଣ୍ଡ ଗଡ଼ିଲାଣି। ବେଗୁନିଆପଡ଼ା ବ୍ଳକ ବୁରୁଝରି ପଞ୍ଚାୟତର କନିଆରିବାଡିରେ ଜଣକୁ ହତ୍ୟା ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ସୁଶୀଲ କୁମାର ମହାନ୍ତି ସାନ ଉସ୍ତାପଡା ପଞ୍ଚାୟତରେ ଜିଆରଏସ୍ ଭାବେ କାର୍ଯ୍ୟରତ ଥିଲେ।ସୁଶୀଲ ଙ୍କ ମୃତ ଦେହ କୁ ବେଗୁନିଆପଡ଼ା ପୋଲିସ ଜବତ କରି ନେବା ବେଳେ ଗ୍ରାମବାସୀ ଶବକୁ ଅଟକ ରଖିଥିଲେ।ସାଇଣ୍ଟିଫିକ ଟିମ ଆସି ଯାଜ୍ଜ କରି ହତ୍ୟା କାରୀ କୁ ଧରିଲେ ଶବ ବ୍ୟବଛେଦ କୁ ଛଡା ଯିବ ବୋଲି ଦାବି କରିଥିଲା। ଗଞ୍ଜାମ ଜିଲ୍ଲାରେ ଏବେ ଅପରାଧତତ୍ତ୍ଵ ମାନେ କାୟା ବିସ୍ତାର କରିଛନ୍ତି।ପୋଲିସ ଏବେ ନାକେଦମ ହୋଇ ଅଣନିଶ୍ୱାସୀ ହେବାର ଦେଖାଦେଇଛି। ନିସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ବିଗିଡିବ ବୋଲି। ବିଭିନ୍ନ ଥାନା ଅଧିକାରୀ ଙ୍କୁ ବଦଳି ପରେ ନୂଆ ଥାନା ଅଧିକାରୀ ମାନେ ଯୋଗ ଦେଉ ଦେଉ ଗଞ୍ଜାମ ଜିଲ୍ଲାରେ ଗୋଟେ ପରେ ଗୋଟେ ମୁଣ୍ଡ ଗଡ଼ିବା ଆରମ୍ଭ ହୋଇ ଗଲାଣି।ଅପରାଧୀଙ୍କୁ ଦମନ କରିବାକୁ ପୋଲିସ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ତତ୍କାଳୀନ ଏସପି ଆଶିଷ ସିଂ ଙ୍କ ତରିକା ଆପଣା ଇଲେ ଆଗକୁ ସାଧରଣ ନିର୍ବାଚନ ସୁରୁଖୁରୁରେ ହେବ ବୋଲି ଚାର୍ଚ୍ଚା ହେଉଛି। ଦାନପୁର ରେ ସୁନିଲ ନାହାକ ହତ୍ୟା ଧରାକୋଟ ବରୀଗୁଡା ର ଅନିଲ ମହାନ୍ତି ହତ୍ୟା ରେ ସମ୍ପୃକ୍ତ ଥିବା ମୁଖ୍ୟ ଷଡ଼ଯନ୍ତ୍ର କାରି ବ୍ୟକ୍ତି ଙ୍କୁ ପୋଲିସ ଏବେ ସୁଧା ଗିରଫ କରି ପାରି ନାହି।

nis-ad
Leave A Reply

Your email address will not be published.