ବ୍ରହ୍ମପୁର ପୋଲିସ ଜିଲ୍ଲାରେ ସାଇବର ସୁରକ୍ଷା ଅଭିଯାନରେ ଗଡ଼ିଲା ସଚେତନତା ରଥ

ବ୍ରହ୍ମପୁର : ଅଦୃଶ୍ୟ ଅପରାଧୀ ଲୁଟୁଛି ଲକ୍ଷ ଲକ୍ଷ ଟଙ୍କା । ଲୋକଙ୍କ ଆଖି ଆଗରେ ବ୍ୟାଙ୍କ ବ୍ୟାଲେନ୍ସ ହୋଇଯାଉଛି ଖାଲି । ତେବେ ଏଭଳି ଅଦୃଶ୍ୟ ଅପରାଧୀ ର ଅପରାଧ ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ନିଆ ଯାଇଛି ନିଆରା ପଦକ୍ଷେପ । ଲୋକଙ୍କ ମଧ୍ୟରେ କେବଳ ସଚେତନତା ସୃଷ୍ଟି କରି ଏଭଳି ଅଦୃଶ୍ୟ ଅପରାଧୀ ଙ୍କ କବଳରୁ ମିଳିବ ତ୍ରାହି । ତେଣୁ ଏନେଇ ଏକ ସଚେତନତା ରଥ ର ଉଦ୍ଘାଟନ ହୋଇଯାଇଛି । ଏହି ସଚେତନତା ରଥ ୧୫ ଦିନ ଧରି ବିଭିନ୍ନ ଗ୍ରାମ, ସହର, ଗଲି ଆଦି ବୁଲି ଲୋକଙ୍କୁ ସଚେତନ କରିବ । ଯେଭଳି ସବଧାନର ସହିତ ନିଜକୁ ଏବଂ ନିଜ ଜମା ରାଶି କୁ ସୁରକ୍ଷା ଦେଇ ପାରିବେ । ଆଜି ମୁଖ୍ୟମନ୍ତ୍ରୀ ଏହି ସଚେତନ ରଥକୁ ଭୁବନେଶ୍ୱର ଠାରେ ଉଦ୍ଘାଟନ କରିଥିବା ବେଳେ ବ୍ରହ୍ମପୁର ଏସପି କାର୍ଯ୍ୟାଳୟ ଠାରେ ମଧ୍ୟ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପ ମେୟର ଇ. ବିବେକ ରେଡି ପ୍ରମୁଖ ଯୋଗଦେଇ ସଚେତନ ରଥ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସଂଯୋଜନା କରିଥିଲେ ।

ସାଇବର ଅପରାଧ କୁ ରୋକିବା, ଛୋଟ ଶିଶୁଙ୍କୁ ଏହି ଅପରାଧୀ ଙ୍କ କବ୍ଜା ରୁ ଦୁରେଇ ରଖିବା ଏବଂ ସାଇବର କ୍ରାଇମ ର ଶିକାର ହେଲେ ଟୋଲଫ୍ରି ନମ୍ବର। ୧୯୩୦ କୁ ଯୋଗାଯୋଗ କରିବା,ଅଜଣା ବ୍ୟକ୍ତିଙ୍କୁ କୌଣସି ତଥ୍ୟ ପ୍ରଦାନ ନ କରିବା ,ନିଜର ଫେସବୁକ ଓ ଇମେଲ ର ଗୋପନୀୟ ତଥ୍ୟ କୁ1ସୁରକ୍ଷିତ ରଖିବା ଆଦି ବିସୟରେ ଏହି ରଥ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବ।ଆଜିର ଏହି ଉଦଘାଟନୀ ସଭାରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ଥାନା ଅଧିକାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.