ଗାନ୍ଧୀ ଜୟନ୍ତୀ ଅବସରରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ

ବ୍ରହ୍ମପୁର, ୨/୧୦ : ଭାରତୀୟ ଜନତା ପାର୍ଟି ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ଗାନ୍ଧୀ ନଗର ମଣ୍ଡଳ ଠାରେ ଗାନ୍ଧୀ ଜୟନ୍ତୀ ଅବସରରେ “ସ୍ୱଚ୍ଛତା ହିଁ ସେବା” ଅଭିଯାନ ମଣ୍ଡଳ ସଭାପତି ପ୍ରଫୁଲ୍ଲ ପାଣିଗ୍ରାହୀଙ୍କ ନେତୃତ୍ୱ ଏବଂ ୨୦ ନଂ ଓ୍ୱାର୍ଡ଼ କର୍ପୋରେଟର ରଞ୍ଜିତା ବେହେରାଙ୍କ ତତ୍ତ୍ୱାବଧାନରେ ଗାନ୍ଧୀନଗର ୫ ମ ଲେନ୍ ଠାରୁ ଆରମ୍ଭ ହୋଇ ଗାନ୍ଧୀନଗର ୭ ମ ଲେନ୍ ପର୍ଯ୍ୟନ୍ତ ଏହି ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାନସଭା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ସମେତ ଦଳୀୟ ନେତୃବୃନ୍ଦ ଯୋଗ ଦେଇ ଗାନ୍ଧୀନଗର ଛକ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି “ସ୍ୱଚ୍ଛ ଭାରତ ଅଭିଯାନର” ଶୁଭାରମ୍ଭ କରିଥିଲେ । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ ହେଉଛି ସମସ୍ତ ଗ୍ରାମ ଓ ସହରକୁ ସମ୍ପୁର୍ଣ୍ଣ ଭାବେ ଆବର୍ଜନା ମୁକ୍ତ କରିବା । ସ୍ୱଛତା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ମହତ ଅଭିଯାନ,ସ୍ୱଛତା ଏକ ଜୀବନଶୈଳୀ,ସ୍ୱଛତା ଏକ ଜୀବନ ମନ୍ତ୍ର ଅଟେ । ବର୍ତ୍ତମାନ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତ୍ୟକ ଦେଶବାସୀଙ୍କୁ ଗର୍ବିତ କରୁଛି । ସ୍ୱଛତା ଅଭିଯାନ ପାଇଁ ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଅତ୍ୟନ୍ତ ଜରୁରୀ । ବର୍ତ୍ତମାନର ପିଢ଼ି ସ୍ୱଛତା ଅଭିଯାନକୁ ସୁଦୃଢ଼ କରି ସ୍ୱଚ୍ଛ ଭାରତ ଶ୍ରେଷ୍ଠ ଭାରତ ସମୃଦ୍ଧ ଭାରତ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି କାହ୍ନୁ ଚରଣ ପତି ଆହ୍ୱାନ କରିଛନ୍ତି । ଏହି ସ୍ୱଚ୍ଛ ଭାରତ ଅଭିଯାନରେ କର୍ପୋରେଟର ପ୍ରଦୀପ ଶତପଥି,ଡ଼ି.କରୁଣାକର,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଡ଼ା.ସୁବାଷ ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ଗାନ୍ଧୀ ନଗର ମଣ୍ଡଳ ସାଧାରଣ ସମ୍ପାଦକ ରାମନାଥ ଗନ୍ତାୟତ, ଲୋକନାଥ ସାମନ୍ତରାୟ,ରବିନ୍ଦ୍ର ବେହେରା,ଚିତ୍ତରଞ୍ଜନ ପଣ୍ଡା,ଜ୍ୟୋତି ପାଢ଼ୀ,ସୁଇଟି ସେଠୀ,ରାଧିକା ବିଷୋୟୀ,କୃଷ୍ଣ ଚନ୍ଦ୍ର ଚୌଧୁରୀ,ଧର୍ମରାଜ ପାଣିଗ୍ରାହୀ,ମାଲି ସାହୁ,ରବି ରାଓ,ଯୁବ ନେତା କମଲ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଏବଂ ଜନସାଧାରଣ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.