ଦାରିଙ୍ଗବାଡ଼ି, ୦୧/୧୦, ସାରା ରାଜ୍ୟରେ ସାଇବର ଠକେଇ ଜାଲରେ ଶିକ୍ଷିତ ଅଶିକ୍ଷିତ ବ୍ୟକ୍ତି ଛନ୍ଦି ହୋଇ ବହୁ ଆର୍ଥିକ କ୍ଷତି ସହୁଥିବାର ନଜିର ରହିଛି। ଏହି ଭଳି ଏକ ଘଟଣା ଦାରିଙ୍ଗବାଡ଼ି ବ୍ଲକ, ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଅଲାଞ୍ଜୁରୀ ଗାଁରେ ଘଟିଥିବା ଖବର ହସ୍ତଗତ ହୋଇଛି। ସାଇବର ଠକେଇର ଶିକାର ହୋଇଛନ୍ତି ଅଲାଞ୍ଜୁରି ଗ୍ରାମ ନିବାସୀ ଶ୍ରବଣ କୁମାର ସିଂ। ସେ ଉଚ୍ଚ ଶିକ୍ଷିତ ସହିତ ସରକାରୀ ଚାକିରିଆ ମଧ୍ୟ। ଗତକାଲି ଶ୍ରବଣଙ୍କ ଅତି ପରିଚିତ ବାହାରେ ରହୁଥିବା ଅଜୟ ସିଂ ଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି, ଶ୍ରବଣଙ୍କୁ ପଞ୍ଚ ତିରିଶି ହଜାର ଟଙ୍କା ମାଗିଲେ। ଶ୍ରବଣ ପାଖରେ ଏତେ ଟଙ୍କା ନାହିଁ ମାତ୍ର ଚାରି ହଜାର ଥିବା ମେସେଜ କରିଥିଲେ। ହେଲେ ତିନିହଜାର ପଠାଇବାକୁ ଅପର ପକ୍ଷରୁ ମେସେଜ କରି ଫୋନ ନଂ ୮୧୪୪୮୫୧୮୦ ପଠାଇଥିଲେ। ଶ୍ରବଣ ତିନି ହଜାର ଟଙ୍କା ପଠାଇ, ଅଜୟ ସିଂ ଙ୍କୁ ଜଣାଇଥିଲେ। ଅଜୟ ସିଂ ଟଙ୍କା ପଠାଇବାକୁ ମନା କରି , ମୋ ଫେସବୁକ ଆକାଉଣ୍ଟ ହ୍ୟାକ କରାଯାଇଛି ସୂଚନା ଦେଲେ। ଶ୍ରବଣ କୁମାର ସିଂ ସାଇବର ଠକେଇର ଶିକାର ହୋଇ ଥିବା ଜାଣି ପାରିଲେ। ଏହି କଥା ବ୍ରାହ୍ମଣୀଗାଁ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଏଣୁ ଜିଲା ପ୍ରଶାସନ ଗ୍ରାମାଞ୍ଚଳର ଜନ ସାଧାରଣ ସାଇବର ଠକେଇର ଶିକାର ନହେବା ପାଇଁ ସଚେତନ କାର୍ଯ୍ୟକ୍ରମ ମାନ କରିବାକୁ ନିର୍ଦେଶ ଦେବାର ଜରୁରୀ ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।
Sign in
Sign in
Recover your password.
A password will be e-mailed to you.