ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି: ଏଥି ପାଇଁ ରାଜନେତା ମାନେ ଦାୟି.. !


ବ୍ରହ୍ମପୁର : ୧-୧୦ମଣିଷ ତିଆରି କରିବା ର କାରଖାନା ତଥା ସରକାରୀ ବିଦ୍ୟାଳୟ ପାଇଁ ୫ ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ନୂତନ କୋଠା କରି ବିଦ୍ୟାଳୟ କରୁଛନ୍ତି। କିନ୍ତୁ ସାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି। କେଉଁଠି ବିଦ୍ୟାଳୟ ରେ ଶିକ୍ଷକ ଅଭାବ ତ କେତେକ ସ୍ଥାନରେ ଭିତ୍ତିଭୂମି ନଥାଇ ବିଦ୍ୟାଳୟ ଚାଲୁଛି, ଆଉ କେତେକ ବିଦ୍ୟାଳୟ ରେ ଯେତିକି ଶିକ୍ଷକଙ୍କ ଆବଶ୍ୟକ ତା ରହିଛି ତା ଠାରୁ ଅଧିକ ଶିକ୍ଷକ ଅଛନ୍ତି,ଏହିଭଳି ଅବ୍ୟବସ୍ଥା ଏବେ ସାରା ରାଜ୍ୟରେ ଦେଖା ଦେଇଛି। ରାଜନୈତିକ ନେତା ମାନଙ୍କ ଯୋଗୁଁ ଆଜି ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଜଣେ ସାଧରଣ ଗରିବ ଘରର ପିଲା ପଲ୍ଲୀ ରୁ ଦିଲ୍ଲୀ ଯିବାର ସେତେ ସହଜ ନୁହେଁ ଆଜି ଜଣେ ରାଜନେତା ର ପୁଅ- ଝିଅ ମାନେ ବିଦେଶ ଯିବାର ସେତେ ସହଜ ଏବେ ସାଧରଣ କଥା ହୋଇଛି। ସରକାରଙ୍କ ଦୂର ଦୃଷ୍ଟି ର ଅଭାବ ଏବଂ ସଠିକ ବ୍ୟକ୍ତି ବିଶେଷ ଙ୍କ ହାତରେ ଶିକ୍ଷା ବ୍ୟବସ୍ଥା ସମର୍ପଣ କରୁନଥିବା ଯୋଗୁଁ ଆଜି ସାରା ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟ ରେ କୌଣସି ରାଜନୈତିକ ଦଳର ନେତା ମାନଙ୍କ ପିଲା ପାଠ ପଢୁ ନାହାନ୍ତି।ଯେତେ ସବୁ ବଡ଼ ବଡ଼ ଘୋରାଇ ଶିକ୍ଷାନୁଷ୍ଠାନ ରେ ରାଜ ନେତା ମାନଙ୍କ ପିଲାମାନେ ଲକ୍ଷ ଲକ୍ଷ ଟଙ୍କା ଦେଇ ହୋଷ୍ଟେଲ ରେ ରହି ଭଲ ଖାଦ୍ୟ ଭଲ ଶିକ୍ଷା ନେଉଥିବା ଯୋଗୁଁ ଆଜି ସରକାରୀ ବିଦ୍ୟାଳୟ ର ଏହି ଅବସ୍ଥା ଦେଖା ଦେଖା ଦେଇଛି। ସରକାରୀ ବିଦ୍ୟାଳୟ ଗୁଡିକ ରେ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ର ମାନ ଓ ପିଲାଙ୍କୁ ଖାଇବା ବେଳେ କି ଖାଦ୍ୟ ଦିଆଯାଉଛି,କେଉଁ ପରିବେଶ ରେ ଦିଆ ଯାଉଛି,ତାହା ନିର୍ବାଚିତ ପ୍ରତିନିଧି ମାନେ କେବେ ବି ତଦାରଖ କରୁନଥିବା ଯୋଗୁଁ ଆଜି ସରକାରୀ ବିଦ୍ୟାଳୟ ର ଅବସ୍ଥା ଏପରି ହୋଇଛି ବୋଲି ବୁଦ୍ଧିଜୀବି ମୋହଲ ରେ ଚର୍ଚ୍ଚା ହେଉଛି। ସରକାର ଙ୍କ ପକ୍ଷରୁ ପିଲାମାନଙ୍କୁ ଯୋଗାଇ ଦେଉଥିବା ପୋଷାକ ରେ ମଧ୍ୟ ବିରାଟ ଦୁର୍ନୀତି ସମ୍ପର୍କରେ ବିଭିନ୍ନ ସମୟରେ ଗଣମାଧ୍ୟମ ରେ ପ୍ରକାଶ ପାଉଛି। ଏହାସହ ବିଦ୍ୟାଳୟ ଗୁଡ଼ିକ କେତେ ବେଳେ ଖୋଲା ହେଉଛି, କେତେବେଳେ ଛୁଟି ହେଉଛି,ଶିକ୍ଷକ କେତେବେଳେ ଆସୁଛନ୍ତି, ତାହାର ହିସାବ ମଧ୍ୟ ସରକାର ଙ୍କ ଅଛି କି ନାହିଁ।ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ଥ କହିଲେ ଅତିକତ୍ବ ହେବ ନାହିଁ। ଏପଟେ ସରକାରୀ ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ସରକାର ପିଲାଙ୍କ ପାଠପଡା ସହ ଅନ୍ୟ କାର୍ଯ୍ୟ ନିୟୋଜିତ କରିବା ସହ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ଦେବା ଫଳରେ ପାଠ ପଢା ବ୍ୟାଘତ ଘଟୁଛି। ବର୍ତ୍ତମାନ ଏବେ ସରକାର ଙ୍କ ମୁଣ୍ଡବ୍ୟଥା ର କାରଣ ପାଲଟିଛନ୍ତି, ନକଲି ସାର୍ଟିଫିକେଟ ଶିକ୍ଷକ ଦିନକୁ ଦିନ ଯେତେ ଶିକ୍ଷକ ଗିରଫ ହେଉଛନ୍ତି,ଅନ୍ୟ ନକଲି ଶିକ୍ଷକ ଙ୍କ ତାଲିକା ନାଲି ଫିତା ତଳେ ଚାପିବାକୁ ରାଜନୈତିକ ଚାପ ପଡୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.