ଅସୁସ୍ଥ ସାମ୍ବାଦିକ ପ୍ରସନ୍ନ କୁମାର ସାହୁଙ୍କୁ ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ ପଣ୍ଡା ଙ୍କ ଆର୍ଥିକ ସହାୟତା…

ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଲା ରାଜ୍ୟ ସାମ୍ବାଦିକ ସଙ୍ଘ (SUJ )

ବ୍ରହ୍ମପୁର : ଗଂଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମର ବର୍ଷୀୟାନ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ସାହୁଙ୍କ ଅସୁସ୍ଥ ଖବର ଜାଣି ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ କୁମାର ପଣ୍ଡା ସାମ୍ବାଦିକ ଶ୍ରୀ ସାହୁଙ୍କ ଘରେ ପହଞ୍ଚି ତାଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତ ଓ ୧୦ ହଜାର ଟଙ୍କା ର ଆର୍ଥିକ ସହାୟତା କରିଛନ୍ତି । ଏହି ସମୟରେ SUJ ଗଂଜାମ ଜିଲ୍ଲା ଶାଖା ର ଉପସଭାପତି ନିରାକାର ସାହୁ ଭି ଉପସ୍ଥିତ ଥିଲେ ।

ପୂର୍ବରୁ ରାଜ୍ୟ ସାମ୍ବାଦିକ ସଂଘ SUJ ର ଗଞ୍ଜାମ ଜିଲ୍ଲା ସଭାପତି ଦିଗାମ୍ବର ମାରଣା, ଉପସଭାପତି ନିରାକାର ସାହୁ,ସାମ୍ବାଦିକ ଏଲ.ସତୀଶ ରେଡ୍ଡୀ, ଓ ସୂର୍ଯ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଛତ୍ରପୁର ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କୁ ଭେଟି ଅଶ୍ୱସ୍ଥ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କ ବିଷୟ ରେ ଜଣେଇ ଥିଲେ ଓ ଜିଲ୍ଳାପାଳ ସାମ୍ବାଦିକ ପ୍ରସନ୍ନ କୁମାର ସାହୁ ଙ୍କ ଚିକିତ୍ସା ପାଇଁ 30 ହଜାର ଟଙ୍କା ଦେବା କହିଥିଲେ।


ପୁଣି ଆଜି ଜଗନ୍ନାଥ ପ୍ରସାଦ ବିଡିଓ ଅନୁପ କୁମାର ପଣ୍ଡା ନିଜେ ୧୦ହଜାର ଟଙ୍କା ର ଆର୍ଥିକ ସହାୟତା ଦେଇଛନ୍ତି।ପ୍ରକୃତରେ ବିଡିଓ ଙ୍କ ଏପରି ବଦାନ୍ୟତା ପ୍ରଶଂସନୀୟ। ବିଡିଓ ଶ୍ରୀ ପଣ୍ଡା ଅସ୍ଵସ୍ଥ ସାମ୍ବାଦିକ ଶ୍ରୀ ସାହୁ ଙ୍କ ଘରେ ଯାଇ ଭେଟିବା, ସ୍ୱାସ୍ଥ୍ୟ କଥା ପଚାରି ବୁଝିବା ଓ ଆର୍ଥିକ ସହାୟତା କରିଥିବାରୁ ରାଜ୍ୟ ସାମ୍ବାଦିକ ସଂଘ SUJ ର ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଓ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ ବିଡିଓ ଶ୍ରୀ ପଣ୍ଡା ଙ୍କୁ ଧନ୍ୟବାଦ ଜଣେଇଛନ୍ତି।
ଅଶ୍ୱସ୍ଥ ସାମ୍ବାଦିକ ଙ୍କ ସହ SUJ ସଂଘ ଠିଆ ହେଇଛି ଓ ପ୍ରତିଦିନ ନିୟମିତ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝୁଛି।

nis-ad
Leave A Reply

Your email address will not be published.