ସାରା ରାଜ୍ୟରେ ଜେଲ କର୍ମଚାରୀଙ୍କ ଆମରଣ ଅନଶନ

ବ୍ରହ୍ମପୁର : ସାରା ରାଜ୍ୟରେ ଆଜି ଜେଲ କର୍ମଚାରୀଙ୍କ ମାନେ ଆମରଣ ଅନଶନ ବସିଛନ୍ତି। ଆଲ ଓଡ଼ିଶା ଜେଲ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଜେଲ ରେ ୫ ଦଫା ଦେବୀ ନେଇ ଆମରଣ ଅନଶନ ଜାରିରହିଛି।ୱାର୍ଡର ମାନଙ୍କ ଗ୍ରେଡ ପେ୧୯ ସହରୁ ୨ ହଜାର ୪ ଶହ କୁ ବୃଦ୍ଧି କରିବା,କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପାଇଁ ପୁରୁଣା ପଦୋନ୍ନତି ନିୟମ ବରିଷ୍ଠତା ଭିତ୍ତିକ ୨୦୧୨ ଲାଗୁ କରିବା, ଉପଖଣ୍ଡସ୍ତର କୁ ବଦଳି ନିୟମ କୋହଳ କରିବା,ଖାଦ୍ୟ ଭତ୍ତା ୪ଶହ ରୁ ୧୪ଶହ କୁ ବୃଦ୍ଧି ଓ ୧୩ମାସିଆ ଦରମା ବୃଦ୍ଧି କରିବା ଆଦି ଦାବୀ ରହିଛି। ଏହି ସବୁ ଦାବୀ ବାରମ୍ବାର କରି ଆସୁଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଭଣ୍ଡାଉ ଛନ୍ତି ବୋଲି ଅଭିଯୋଗ ହେଉଛି। ଅନ୍ଧାରୀ ଗୃହ ର କଥା ଅନ୍ଧାର ରେ ରହିଯାଉଛି ବୋଲି ଚାର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.