ଆଷ୍ଟ୍ରଲ ପାଇପ ପକ୍ଷରୁ ପାଇପ ମିସ୍ତ୍ରୀଙ୍କୁ ନେଇ ଦକ୍ଷତା ବୃଦ୍ଧି କର୍ମଶାଳା…

ମାଲକାନଗିରି : ଆଜି “ମାଁ କାଳୁଆ ଟ୍ରେଡର୍ସ” ଆନୁକୁଲ୍ୟରେ ହୋଟେଲ ସ୍ୱାଗତ ଠାରେ ସ୍ଥାନୀୟ ପାଇପ ମିସ୍ତ୍ରୀ ମାନଙ୍କୁ ନେଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଆଷ୍ଟ୍ରଲ ପାଇପ କମ୍ପାନୀ ତତ୍ବାବଧାନ ରେ ଅନୁଷ୍ଠିତ ହୋଇଯାଇ ଅଛି । ଏଥିରେ କମ୍ପାନିର ସିନିୟର୍ ସେଲ୍ସ ଏକ୍ସକୁଟି ଶ୍ରୀ ଶାଶ୍ବତ ମିଲନ ଦାସ ଯୋଗଦାନ କରି ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା କରିଥିଲେ ଓ କମ୍ପାନି ପକ୍ଷରୁ ଉତ୍ପାଦନ ହେଉଥିବା ଦ୍ରବ୍ୟର ଗୁଣବତ୍ତା ଉପରେ ଆଲୋକପାତ କରିଥିଲେ । ଉପସ୍ଥିତ ପାଇପମିସ୍ତ୍ରୀ ମାନେ ନିଜନିଜର ସମସ୍ୟାକୁ ନେଇ ଆଲୋଚନା କରିବା ସହ ଅନେକ ଜଟିଳ ସମସ୍ୟାର ସମାଧନର ସୂତ୍ର ଖୋଜି ବାହାର କରିଥିଲେ । ଆଗାମୀ ଦିନରେ କମ୍ପାନୀ ର ବିଭିନ୍ନ ଉତ୍ପାଦନ କୁ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇବା ସହିତ ଉତ୍ପାଦର ଗୁଣବତ୍ତା ବିଷୟରେ ଗ୍ରାହକଙ୍କୁ ଅବଗତ କରାଇବା ପାଇଁ ପ୍ରୟାସ କରାଯିବା କୁ ଲକ୍ଷ ରଖାଯାଇଛି । “ମାଁ କାଳୁଆ ଟ୍ରେଡର୍ସ” ମାଲିକ ଶ୍ରୀ ଆଶିଷ ଜେନା କର୍ମଶାଳାକୁ ପରିଚାଳନା କରି ଉପସ୍ଥିତ ଅଂଶଗ୍ରହଣ କାରୀଙ୍କୁ ଉତ୍ସାହିତ କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭାସାଙ୍ଗ କରିଥିଲେ ।

nis-ad
Leave A Reply

Your email address will not be published.