ଜୁଆ ଆଡ୍ଡା ଉପରେ ଚଢାଉ ୭ ଗିରଫ ୧୯ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜବତ…

ଆଗକୁ ଆସୁଛି ଦଶହରା ଓ କୁମାରୀ ପୁର୍ଣିମା ଯୁଆଡ଼ି ମାନଙ୍କ ଉପରେ ଚଡକ…


ହିଞ୍ଜିଳିକାଟୁ ୨୪!୯ ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଲକ୍ ଶିକିରି ଗ୍ରାମ ରୁଷିକୁଲ୍ୟା ନଦୀ କୂଳରେ ବୁରିଆଲ ପଡିଆ ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ରବିବାର ରାତ୍ର ଚଢ଼ାଉ ହୋଇଛି। ହିଞ୍ଜିଳି ଥାନା ପକ୍ଷରୁ ହୋଇଥିବା ଏହି ଅତର୍କିତ ଚଢାଉରେ ୭ ଜଣ ଜୁଆଡିଆଙ୍କୁ ଗିରଫ କରାଯାଇଛି। ଏଥିସହ ୧୯ହଜାର ୫୧୦ଟଙ୍କା ଜବତ କରାଯିବା ସହ ୭ଗୋଟି ମୋବାଇଲ ଫୋନ ଓ ୮ଟି ବାଇକ ମଧ୍ୟ ଜବତ କରାଯାଇଛି। ଏନେଇ ହିଞିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସ୍ଥାନୀୟ ଶିକିରି ଗ୍ରାମରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ରବିବାର ସନ୍ଧ୍ୟା ୭ଟାରେ ପୋଲିସ ଉକ୍ତ ସ୍ଥାନ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ସମୟରେ ଘଟଣାସ୍ଥଳରୁ ଆଉ କେତେକ ବ୍ୟକ୍ତି ଚମ୍ପଟ ମାରିଥିବା ବେଳେ ୭ଜଣଙ୍କୁ ଗିରଫ କରାଯାଇଛି। ୧୯ହଜାର ୫୧୦ଟଙ୍କା ସମେତ ମୋବାଇଲ ଫୋନ ଓ ବାଇକ ଆଦିକୁ ଜବତ କରି ଥାନାରେ ରଖାଯାଇଛି। ଦେଖାଯାଉ ଆଗକୁ ଅଛି ଦଶହରା ଓ କୁମାରୀ ପୁର୍ଣିମା ଯୁଆଡ଼ି ଙ୍କ ଉପରେ ଭାରି ପଡିବେକି ଥାନା ଅଧିକାରୀ…??

nis-ad
Leave A Reply

Your email address will not be published.