ବିଶ୍ୱ ନଦୀ ଦିବସ : ମହାନଦୀ ନେଇ ଶ୍ୱେତପତ୍ର ପ୍ରକାଶ କରାଯାଉ…

ଭୁବନେଶ୍ୱର, ସେପ୍ଟେମ୍ବର 24,  ବିଶ୍ୱ ନଦୀ ଦିବସ ଅବସରରେ, ମହାନଦୀ ବଞ୍ଚାଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଜାତୀୟ ଅଭାସି ଆଲୋଚନା ରେ ଭାଗନେଇ ନଦୀ ସୁରକ୍ଷା ଓ ପୁର୍ନଜୀବିତ କାର୍ଯ୍ୟକ୍ରମ ସାଙ୍ଗରେ ସାମିଲ ବ୍ୟକ୍ତି ଓ ସଂଗଠନ ମାନେ ଅନେକ ନଦୀ ମୃତପ୍ରାୟ  ହେଉଥିବାରୁ ଉଦବେଗ ପ୍ରକାଶ କରିଥିଲେ l ଶିଳ୍ପଭିତିଭୂମି  ଓ ବିକାଶ ନାମ ରେ ନଦୀ ମାନଙ୍କ ପ୍ରାକୃତିକ ପ୍ରବାହ କୁ ରୋକା ଯାଇ, ନଦୀ ଜଳକୁ ବ୍ୟବସାୟିକ ସ୍ୱାର୍ଥ ପାଇଁ ଲଗା ଯାଉଥିବା ଓ ସହର ମାନଙ୍କ ଆବର୍ଜନା, ପ୍ଲାଷ୍ଟିକ ଆଦି ସାମଗ୍ରି  ନଦୀ ଗର୍ଭକୁ ଛାଡ ଯାଉଥିବାରୁ ସାଧାରଣରେ ନଦୀ ଜଳ ମଣିଷ ଓ ଜୀବଜନ୍ତୁଙ୍କ ବ୍ୟବହାର ଯୋଗ୍ୟ ହୋଇପାରୁନି କୁହାଯାଇଛି l

ଏ ନେଇ ନଦୀ ମାନଙ୍କ ସୁରକ୍ଷା, ସରାଂକ୍ଷଣ ଓ ପୁନଃଜୀବନ ପାଇଁ ଏକ  ଜାତୀୟ ଅଭିଯାନ  ବିଶ୍ୱ ନଦୀ ଦିବସ ସେପ୍ଟେମ୍ବର 24 ରୁ ବିଶ୍ୱ ମାନବିକ ଅଧିକାର ଦିବସ ଡ଼ିସେମ୍ବର 10 ଯାଏଁ ସମଗ୍ର ଦେଶରେ ସଭାପତି, ସମିତି, ପ୍ରଦର୍ଶନ, ଗାଁ ସଭାପତି, ନଦିନକୂଳରେ ପଦଯାତ୍ରା, ଜଳ ଶପଥ ଓ କର୍ତ୍ତୃପକ୍ଷଙ୍କୁ ସ୍ମାରକପତ୍ର ପ୍ରଦାନ ପ୍ରଭୂତି କାର୍ଯ୍ୟକ୍ରମ କରାଯିବ ବୋଲି ଅଭିଯାନ ର ଜାତୀୟ ଆବାହକ ସୁଦର୍ଶନ ଛୋଟରାୟ, ଗଣେଶ କୁସ୍ୱାହା(ଛତିଶଗଡ), ତାପସ ଦାସ (ପଶ୍ଚିମ ବଙ୍ଗ),  ସୁମିତ ପ୍ରକାଶ (ବିହାର),  ପ୍ରୀତିରଞ୍ଜନ ଓ ମାସି ଜମା (ଝାରଖଣ୍ଡ), ସିଚ. ନରେନ୍ଦ୍ର (ତେଲେଙ୍ଗାନା),  ଜି ରାଣୀ (ଆନ୍ଧ୍ର ପ୍ରଦେଶ ), ଗୋପାଳ ମିଶ୍ର (ଦିଲ୍ଲୀ) ଓ  ଅପେକ୍ଷା ବାସୁଦେବ(ମହାରାଷ୍ଟ୍ର ) ପ୍ରମୁଖ ପ୍ରକାଶ କରିଛନ୍ତି l

ମହାନଦୀ ନଦୀ ଜଳ ବଣ୍ଟନ ନେଇ ଦୁଇ ରାଜ୍ୟ ଛତିଶଗଡ ଓ ଓଡିଶା ମଧ୍ୟରେ ବିବାଦ ଲାଗିରହିଥିବା ବେଳେ, ମହାନଦୀ ଟ୍ରିବୁନାଲ ରୁ ତୁରନ୍ତ ନ୍ୟାୟ ମିଳିବ ସମ୍ଭାବନା କାମ ଥିବାରୁ କୋଟି କୋଟି ଚାଷୀ, ମସ୍ୟାଜୀବୀ ଓ କାରିଗର ଙ୍କ ସ୍ୱାର୍ଥ ଦୁଷ୍ଟିରୁ ବିଶେଷ କରି ମହାନଦୀ ଅବାଭିକାରେ ଜୈବ ବିଭିଦତା,   ପ୍ରାକୃତିକ ସମ୍ପଦ ସୁରକ୍ଷା, ଜୀବଜନ୍ତୁ ଙ୍କ ବଂଶ ରକ୍ଷା ପାଇଁ ଗତ ପାଞ୍ଚ ବର୍ଷ ମଧ୍ୟରେ  ଟ୍ରିବୁନାଲ ର ପ୍ରାଥମିକ ଅନୁସନ୍ଧାନ ଓ ତଥ୍ୟ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ସାରିଥିବାରୁ ଏକ ମଧ୍ୟବର୍ତ୍ତି କାଳିନ ରାୟ ତୁରନ୍ତ ଜାରି କରିବାକୁ ମହାନଦୀ ବଞ୍ଚାଓ ଜୀବିକା ବଞ୍ଚାଓ ଅଭିଯାନ ପକ୍ଷରୁ ଦାବି କରାଯାଇଛି l ଏହାସହ ମହାନଦୀ ର ବର୍ତମାନ ସ୍ଥିତି ଓ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ପଦକ୍ଷେପ ସମ୍ପର୍କରେ ଉଭୟ ଛତିଶଗଡ ଓ ଓଡିଶା ସରକାର ଶ୍ୱେତ ପାତ୍ର ପ୍ରକାଶ କରନ୍ତୁ ବୋଲି  ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି l

ନଦୀର ଅଧିକାର ଉପରେ ପର୍ଯ୍ୟବେଶିତ ଚଳିତ ବର୍ଷ ର ବିଶ୍ୱ ନଦୀ ଦିବସ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଏନ ଜି ଟି ଆଡ଼ଭୋକେଟ ଶଙ୍କର ପ୍ରସାଦ ପାଣି,  ନାରୀ ନେତ୍ରୀ ସ୍ନିଗ୍ଧା ପାଣିଗ୍ରାହୀ, ପକ୍ଷୀ ବିଶାରଦ ପ୍ରମୋଦ କୁମାର ଧଳ, ଅବସରପ୍ରାପ୍ତ ପ୍ରାଧ୍ୟାପକ ନନ୍ଦ କିଶୋର ମହାକୁଡ଼, ସାମାଜିକ କର୍ମୀ ସଚିକାନ୍ତ ପ୍ରଧାନ ଓ ବିପିନ ବାରିକ ପ୍ରମୁଖ ଯୋଗଦାନ କରିଥିଲେ l.

nis-ad
Leave A Reply

Your email address will not be published.