ନବୋଦୟ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ କଳାଉତ୍ସବ ଉଦ୍ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁଡ଼ିପାଜୁ ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ କଟକ କ୍ଲଷ୍ଟର ସ୍ତରୀୟ ୨ ଦିନିଆ କଳା ଉତ୍ସବ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ କେନ୍ଦ୍ରିୟ ବିଦ୍ୟାଳୟର ଅଧ୍ୟକ୍ଷ ନାହାର ସିଂ ମୀନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ନମିତା ରାଣୀ ପଣ୍ଡା ଅଧ୍ୟକ୍ଷତା କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠିତ କଳା ଉତ୍ସବରେ କଟକ କ୍ଲଷ୍ଟର ସ୍ତରୀୟ ୨୨ ଟି ନବୋଦୟ ବିଦ୍ୟାଳୟର ୪୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ଶାସ୍ତ୍ରୀୟ ନୃତ୍ୟ ଶାସ୍ତ୍ରୀୟ ସଙ୍ଗୀତ, ଏକକ ଅଭିନୟ, ଓଡ଼ିଶୀ ନୃତ୍ୟ, ଶାସ୍ତ୍ରୀ ବାଦ୍ୟଯନ୍ତ୍ର, ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ ଉପରେ ଅତିଥିମାନେ ମତ ପ୍ରକାଶ କରିବା ସହିତ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିଥିଲେ ।

ଭାରତୀୟ କଳା, ସ୍ଥାପତ୍ୟ, ଅଭିନୟ, ଭାସ୍କର୍ଯ୍ୟ କ୍ଷେତ୍ରରେ ବିଭିନ୍ନ କଳାକାର ସୃଷ୍ଟି କରିବା ଏହି ଉତ୍ସବର ମୂଲ୍ଯ ଲକ୍ଷ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚନ୍ଦ୍ର ଶେଖର କୁମାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ନବୋଦୟ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଚରିତାର୍ଥ ଷଡ଼ଙ୍ଗୀ, ସାନ୍ ଅଗ୍ରୱାଲା, ବସୁନ୍ଧରା ଚକ୍ରବର୍ତ୍ତୀ , ସୋନଭ୍ ଦାସ, ବିଦ୍ୟୁତ୍ ପ୍ରଭା ପ୍ରଦାନ, ଗଙ୍ଗାଧର ପାତ୍ର, ସୁଶାନ୍ତ କୁମାର ପାଢୀ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କଟକ କ୍ଲଷ୍ଟର ଅନୁର୍ଗତ ୨୨ଟି ନବୋଦୟ ବିଦ୍ୟାଳୟର ୪୦୦ରୁ ଉର୍ଦ୍ଧ୍ବ ଛାତ୍ରଚାତ୍ରୀ ସହିତ ଗାଇଡ଼୍ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସାମିଲ୍ ହୋଇଛନ୍ତି । ଶନିବାର ଏହି କଳା ଉତ୍ସବର ଉଦ୍‌ଯାପନି ଉତ୍ସବ ଅନୁଷ୍ଠିତ ହେବ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀ ମାନେ ପ୍ରଥମ ସ୍ଥାନ ଅଧିକାର କରିବେ ସେମାନେ ଆଗାମି ଦିନରେ ଅନୁଷ୍ଠିତ ହେବାକୁ ଥ‌ିବା ଆଞ୍ଚଳିକ ସ୍ତରୀୟ କଳା ଉତ୍ସବରେ ଭାଗନେବେ ବୋଲି କୁହାଯାଇଛି ।

nis-ad
Leave A Reply

Your email address will not be published.