ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମାଲକାନଗିରି : , ୨୨/୦୯ : ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପଲ୍ଲି ଅନୁସୂଚିତ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ମନୋରମା ସ୍ୱାଇଁଙ୍କ ସଭାପତିତ୍ବରେ ଶୁକ୍ରବାର ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଏବଂ ଅଭିଭାବକ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେ଼ଇ ଏକ ସତନ୍ତ୍ର କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡ଼ିଆ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଡକ୍ତର ରଞ୍ଜନ କୁମାର ସ୍ୱାଇଁ, ଅନ୍ୟତମ ଅତିଥି ପ୍ରଫୁଲ୍ଲ କୁମାର ଭୁଜବଳ , ସମ୍ମାନିତ ଅତିଥି ପ୍ରଭାକର ମଲ୍ଲିକ, ସୀମାସୁରକ୍ଷା ସବଇନ୍ସପେକ୍ଟର ସଚିନ୍ଦ୍ର ବେହେରା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିରଞ୍ଜନ ମହାପାତ୍ର, ବନରକ୍ଷୀ ସରୋଜ କୁମାର ସ୍ୱାଇଁ, ରମେଶ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଗ୍ନବିନାଶକ ଗଣେଶଙ୍କ ନିକଟରେ ଦୀପ ପ୍ରଜଳନ ପରେ ଛାତ୍ରୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପରେ ପ୍ରଧାନ ଶିକ୍ଷୟତ୍ରୀ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପାଳନ କରିବା ଉଦ୍ଦେଶ୍ୟ ଉପରେ ସଂପୂର୍ଣ୍ଣ ବିବରଣୀ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାବକ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ସରକାରୀ ସହାୟତା, ଶିକ୍ଷା ବ୍ୟବସ୍ଥାର ନୀତିନିୟମ ଉପରେ ଆଲୋଚନା କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆମ ଓଡିଶା ଉପରେ ବକୃତା ପ୍ରତିଯୋଗୀତା କରି କୃତି ଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଜୀବନ କୌଶଳ ଶିକ୍ଷା, ବିଜ୍ଞାନ ସମ୍ବନ୍ଧୀୟ, ସିଲେଇ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟା ଭଳି ବିଭିନ୍ନ ଷ୍ଟଲ୍ ଖୋଲି ଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ନେଇ ସଚେତନ ମଧ୍ୟ କରଯାଇଥିଲା। ଶିକ୍ଷୟତ୍ରୀ ଝରଣା ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଦେଇଥିଲେ।

nis-ad
Leave A Reply

Your email address will not be published.