ନିସର୍ତ୍ତ ର ପ୍ରଭାବ-ଆସିକା ଚିନିଶିଳ୍ପର ଧର୍ମ କାଣ୍ଟା ଅଚଳ ଅଧର୍ମ କାମ ଚାଲିଛି..!

ଖବର ପ୍ରକାଶ ପରେ ମାନିଲା ପ୍ରଶାସନ ଦୁର୍ନୀତି କୁ ନେଇ ଜିଲାପାଳ ଙ୍କୁ ଚିଠି….


ବ୍ରହ୍ମପୁର ୨୧-୯ ଆସିକା ସସମବାୟ ଚିନିଶିଳ୍ପର ଅଧିକାରୀ ଓ ମ୍ୟାନେଜମେଣ୍ଟ ର ଇଶାରା ରେ ଦୁର୍ନୀତି ଚରମସୀମା ରେ ପହଞ୍ଚିଲାଣି ବୋଲି ଖବର ଚଳିତ ମାସ୧୯ ତାରିଖ ରେ ପ୍ରକାଶ ପାଇଥିଲା। ଏହି ଖବର ନିସର୍ତ୍ତ ରେ ପ୍ରକାଶ ପରେ ସମବାୟ ଚିନି ଶିଳ୍ପର ନିର୍ଦ୍ଧେଶକ ପୂର୍ଣ୍ଣ ଚନ୍ଦ୍ର ବରାଡ଼ ଗଞ୍ଜାମ ଜିଲ୍ଲା ପାଳଙ୍କୁ ଏହାର ତଦନ୍ତ ପାଇଁ ଚିଠି ଲେଖିଛନ୍ତି।ଚିନିଶିଳ୍ପର ମାପକ(ଓଜନ) ମେସିନ ଦୀର୍ଘ ଏକ ମାସ ହେଲା ଅଚଳ ହୋଇଯାଇଛି।ଏହାର ସୁଯୋଗ ଏବେ କିଛି କର୍ମଚାରି ଓ ଅଧିକାରୀ ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ପାଲଟି ଯାଇଛି।ଚିନିଶିଳ୍ପ ରୁ ବାହାରକୁ ଯାଉଥିବା ବିଭିନ୍ନ ସାମଗ୍ରୀ ଜାଣିଶୁଣି ବିନା ଓଜନ ରେ ବାହାରକୁ ଚାଲାଣ କରାଯାଇ ମୁଠା ମୁଠା ଟଙ୍କା ବାଟମାରଣା ହେଉଥିବା ଧରା ପଡିଛି। ଚଳିତ ମାସ ୧୫ ତାରିଖ ଦିନ ଚିନିଶିଳ୍ପ ରୁ ଟ୍ରକ ନମ୍ବର (ଆର ଜେ୧୧ଜିବି୪୮୧୬)ଯୋଗେ ଭଙ୍ଗା କାଚ ବୋତଲ ଚାଲାଣ ହେଉଥିଲା। ଏହି ସମୟରେ ଚିନିଶିଳ୍ପ ପରିଚାଳନା ପରିଷଦ ର ସଦସ୍ୟ ପୂର୍ଣ୍ଣଚନ୍ଦ୍ର ବରାଡ଼ ଅଟକାଇବା ସହ ବାହାରକୁ ନେଇ ଓଜନ କରିଥିଲେ।ଏଥିରେ ପ୍ରକୃତ ଓଜନ ଠାରୁ ପ୍ରାୟ ଦୁଇ କୁଇଣ୍ଟାଲ ଭଙ୍ଗା କାଚ ର ବିଲ କରି ଟ୍ରକଟିକୁ ବାହାରକୁ ଛଡ଼ା ଯାଇଥିଲା। ଉକ୍ତ ଟ୍ରକ କୁ ପୁଣି ଚିନିଶିଳ୍ପ କୁ ଆଣି ତଦନ୍ତ କରିବାକୁ ନିର୍ଦ୍ଧେଶକ ଦାବୀ କରିଥିଲେ। ଯେଉଁ ଦିନଠାରୁ ଓଜନ ମେସିନ କାର୍ଯ୍ୟକ୍ଷମ ହେଉ ନାହିଁ ସେହି ଦିନରୁ ଆଜି ପର୍ଯ୍ୟନ୍ତ କେତେ ଟ୍ରକ ରେ ଏମିତି କାରସାଦି କରି ବିଭିନ୍ନ ସାମଗ୍ରୀ ଚାଲାଣ କରାଯାଇଛି। ଏଥିରେ ଯେଉଁ ବ୍ୟକ୍ତି ବିଶେଷ ସମ୍ପୃକ୍ତ ଅଛନ୍ତି,ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ଆସିକା ସମବାୟ ଚିନିଶିଳ୍ପ ରେ ଗତ କିଛିବର୍ଷ ହେଲା ଦୁର୍ନୀତି ଚରମସୀମା ରେ ପହଞ୍ଚିବା କାରଣରୁ ଏହି ଶିଳ୍ପ ଦିନକୁ ଦିନ ରୁଗୁଣ ଅବସ୍ଥାକୁ ଚାଲିଯାଇଛି, ବୋଲି ସମବାୟ ପ୍ରେମୀ ମାନେ ମତ ପ୍ରକାଶ କରୁଛନ୍ତି। “ସାରକାର କା ମାଲ ଦାରିଆ ମେ ଡାଲ” ନୀତି ରେ ଏହି ଚିନିଶିଳ୍ପ ଚାଲିଥିବା ଯୋଗୁଁ ଜିଲ୍ଲାରେ ଥିବା ଏକ ମାତ୍ର ଚିନି କାରଖାନା ବନ୍ଦ ହୋଇଯିବ ପୁଣି ଏଠାକାର କାର୍ଯ୍ୟରତ କର୍ମଚାରୀ ଦାଦନ ଖଟିବାକୁ ବାଧ୍ୟ ହେବେ ବୋଲି ନିସର୍ତ୍ତ ରେ ପ୍ରକାଶ ପାଇଥିଲା।


ପ୍ରକାଶ ଥାଉକି ଏହି ପତ୍ର ରେ ଉଲ୍ଲେଖ ଅଛି ଯେ ଅଗଷ୍ଟ ୧୨ ରୁ ସେପ୍ଟେମ୍ବର୧୫ ପର୍ଯ୍ୟନ୍ତ ଉକ୍ତ ତ୍ରୁଟିପୂର୍ଣ୍ଣ ମାପକ ଯନ୍ତ୍ର ରେ ପ୍ରାୟ ୪୯୩୪୦ କିଲୋ ଓଜନ ର ବିଭିନ୍ନ ରଦୀ ସାମଗ୍ରୀ ୧୧ ଗୋଟି ଟ୍ରକ ରେ ବାହାରକୁ ଚାଲାଣ କରଯାଇଛି। ଯାହା ଚିନିଶିଳ୍ପର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ସେ ଯେଉଁ ଟ୍ରକ କୁ ଧରି କାରଖାନା ରେ ରଖିଥିଲେ ସେହି ଟ୍ରକ କୁ ଦାୟିତ୍ୱ ରେ ଥିବା କର୍ମଚାରୀ ପୁଣି ବାହର କୁ ଛାଡି ଦେଇଛନ୍ତି, ବୋଲି ଅଭିଯୋଗ କରିଛନ୍ତି।ଏହି ଘଟଣା ରୁ ପ୍ରମାଣ ମିଳୁଛି ଯେ, ନିସର୍ତ୍ତ ରେ ଯେଉଁ ଖବର ପ୍ରକାଶ ପାଇଥିଲା ସମ୍ପୂର୍ଣ୍ଣ ସତ୍ୟ ଏହି ଘଟଣା ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ହେଉଛି।

nis-ad
Leave A Reply

Your email address will not be published.