ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ ଅସୁସ୍ଥ ଓ ଅବହେଳିତ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ର ବର୍ଷୀୟାନ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାହୁ (୯୫) ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଅଛନ୍ତି। ଶ୍ରୀଯୁକ୍ତ ସାହୁ ଗଞ୍ଜାମ ଜିଲ୍ଲା ସାମ୍ବାଦିକତାର ଜୀବନ୍ତ ଇତିହାସ କହିଲେ ଅତ୍ୟୁକ୍ତି ହେବ ନାହିଁ ‌। ଜୀବନ କାଳରେ ସେ ଅଂଚଳର ଅନେକ ଖବର ଛାପି ଅବହେଳିତ ,ଅସହାୟ ଏବଂ ଅବିଚାରର ଶୀକାର ହୋଇଥିବା ବହୁ ଲୋକଙ୍କ ଖବର ପରିବେଷଣ କରିଛନ୍ତି । ଏବେ ପରିଣତ ବୟସରେ ସେ ଅବହେଳିତ ଅସହାୟ ଏବଂ ଅବିଚାରର ଶୀକାର ହୋଇ ରୋଗଶଯ୍ୟାରେ ପଡ଼ିଛନ୍ତି । ଅତ୍ୟନ୍ତ ଅଭାବ ଅସୁବିଧା ମଧ୍ୟରେ ତାଙ୍କ ପରିବାର ରହିଥିବା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନାରୁ ମଧ୍ୟ ଶ୍ରୀ ସାହୁ ବଂଚିତ ।

ସୂଚନାଯୋଗ୍ୟ ଶ୍ରୀଯୁକ୍ତ ପ୍ରସନ୍ନ ସାହୁଙ୍କ ଜନ୍ମ ୧୯୩୭ ମସିହାରେ , ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ, କାଦୁଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ | ତାଙ୍କର ୪ ପୁଅ ଏବଂ ଗୋଟିଏ ଝିଅ | ୧୯୭୧ ମସିହାରେ ପ୍ରଥମେ ସେ ଦୈନିକ ପ୍ରଜାତନ୍ତ୍ରରେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରି ବିଭିନ୍ନ ସମ୍ବାଦପତ୍ରରେ ସଫଳତାର ସହ କାର୍ଯ୍ୟ କରିସାରିଛନ୍ତି | ଆଜି ପରିଣତ ବୟସରେ ଶ୍ରୀ ସାହୁ ପକ୍ଷାଘାତ ରୋଗାକ୍ରାନ୍ତ | ପାଟି ଖୋଲୁନି | ଏଭଳି ଅସହାୟ ଅବସ୍ଥାରେ ବି ତାଙ୍କ ନିକଟରେ କୌଣସି ସରକାରୀ ସାହାଯ୍ୟ ପହଞ୍ଚି ପାରିନି | ଉଲ୍ଲେଖଯୋଗ୍ୟ ସେ କୌଣସି ସରକାରୀ ଯୋଜନାର ସୁବିଧା ପାଇ ନାହାନ୍ତି | ତାଙ୍କର ରେସନ କାର୍ଡ ନାହିଁ କି ହେଲ୍‌ଥ କାର୍ଡ ମଧ୍ୟ ନାହିଁ |

ଏ ଖବର ଜାଣିବା ପରେ ଏସୟୁଜେ ର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଓ ଗଞାମ ଜିଲ୍ଲା ଶାଖାର ବରିଷ୍ଠ ସଭ୍ୟ ତଥା ରାଜ୍ୟ ସମ୍ପାଦକ ହେମାଙ୍ଗ ପ୍ରସାଦ ରାଉଳ ଶ୍ରୀଯୁକ୍ତ ସାହୁଙ୍କୁ ଦେଖିବାକୁ ଲାଗି ଏସୟୁଜେ ଓଡ଼ିଶା ଗଞ୍ଜାମ ଜିଲ୍ଲା ଶାଖାର ଉପସଭାପତି ନିରାକାର ସାହୁଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟ ସଭାପତି ଓ ସମ୍ପାଦକ ଙ୍କ ପରାମର୍ଶ ପାଇବା ମାତ୍ରେ ନିରାକାର ରୋଗାକ୍ରାନ୍ତ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ସାହୁଙ୍କୁ ଭେଟିଥିଲେ ଓ ଶ୍ରୀ ସାହୁ କିପରି ଚିକିତ୍ସା ସୁବିଧା ପାଇବେ ଓ ତାଙ୍କ ପରିବାରକୁ କିଭଳି ସରକାରୀ ସୁବିଧା ସୁଯୋଗ ପାଇପାରିବେ ସେ ଦିଗରେ ଏସୟୁଜେ ଗଞ୍ଜାମ ଜିଲ୍ଲା ଶାଖା ଓ ଭଞ୍ଜନଗର ଉପଖଣ୍ଡର ସଭ୍ୟମାନେ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟ ସଭାପତି ଶ୍ରୀ ନାୟକ ଓ ସମ୍ପାଦକ ଶ୍ରୀ ରାଉଳ ଙ୍କ ସମେତ ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ପ୍ରମୁଖ ଶ୍ରୀଯୁକ୍ତ ସାହୁ ଙ୍କ ସ୍ଵାସ୍ଥ୍ୟବସ୍ଥା ନେଇ ଚିନ୍ତିତ ଥିବା ସହ ତାଙ୍କର ଉପଯୁକ୍ତ ଚିକିତ୍ସା ଓ ସହାୟତା ଦିଗରେ ଉଦ୍ୟମରତ ଅଛନ୍ତି |

ପ୍ରସନ୍ନ ସାହୁ,
Dob-1937
ପ୍ରଜାତନ୍ତ୍ର ସାମ୍ବାଦିକ-1971
ଗ୍ରାମ-ନରେନ୍ଦ୍ରପୁର,
Gp-କାଦୁଆ
ବ୍ଲକ-ଜଗନ୍ନାଥ ପ୍ରସାଦ
ଜିଲ୍ଲା-ଗଂଜାମ
No ration card
No Health card
4 son 1 daughter
Paralisis
ପାଟି ପ୍ରାୟ ଖୋଲୁନି

nis-ad
Leave A Reply

Your email address will not be published.