ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ…

ହିଞ୍ଜିଳିକାଟୁ (୨୧/୯) : ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅଧୀନରେ ୧୧ଦିନରେ ଦୁଇଟି ହତ୍ୟାକାଣ୍ଡ ଘଟିଛି ‌। ଅଶାନ୍ତ ହେବାରେ ଲାଗିଛି ଶେରଗଡ଼ ଅଞ୍ଚଳ । ଶେରଗଡ଼ ଥାନା ଅନ୍ତର୍ଗତ ବନ୍ଧାଗୁଡା ପଞ୍ଚାୟତ ର ଲକ୍ଷ୍ମୀନୃସିଂହପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଭୋରରୁ ଲକ୍ଷ୍ମୀନୃସିଂହପୁର ଗ୍ରାମର ସୂର୍ଯ୍ୟ ଗୌଡ (୩୫)ଙ୍କୁ କିଛି ଯୁବକ ସଂଘବଦ୍ଧ ହୋଇ କାତି ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କ ମୁହଁକୁ ଓ ଦେହରେ ଖଣ୍ଡା ଚୋଟରେହତ୍ୟା କରିଛନ୍ତି। ହତ୍ୟାକାଣ୍ଡର କୌଣସି ସୁରାକ ମିଳି ନ ଥିବାବେଳେ ଏହା ପୂର୍ବଶତ୍ରୁତାକୁ ବୋଲି ଅନୁମାନ କରାଯାଉଛି। ଘଟଣା ସମ୍ପର୍କରେ ଶେରଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଶେରଗଡ ଥାନା ଅଧୀନ ବନ୍ଧାଗୁଡା ପଞ୍ଚାୟତ ର ଲକ୍ଷ୍ମୀନୃସିଂହପୁର ଗ୍ରାମର ସ୍ବର୍ଗତ ଡମ୍ବରୁ ଗୌଡ ଙ୍କ ପୁଅ ସୂର୍ଯ୍ୟ ଗୌଡ ଗୁରୁବାର ସକାଳେ ଗ୍ରାମ ନିକଟ ଜଙ୍ଗଲ କୁ ଶୌଚ ପାଇଁ ଯାଇଥିଲେ। ଗ୍ରାମକୁ ଫେରୁଥିବା ବାଟରେ ପାହାଡ ପାଖରେ ପୁର୍ବରୁ ଲୁଚି ରହିଥିବା ଦୁର୍ବୁର୍ତ୍ତ ମାନେ ସଂଘବଦ୍ଧ ହୋଇ ଅତର୍କିତ ଭାଵେ କାତି ଖଣ୍ଡା ସହ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେଓ ନିକଟ ଗାଡ଼ିଆ ରେ ଫୋପାଡି ଦେଇଥିଲେ। ଗ୍ରାମର କିଛି ଲୋକ ଜଙ୍ଗଲ କୁ ଯିବା ସମୟରେ ସୂର୍ଯ୍ୟ ପାଣିରେ ପଡ଼ିଥିବା ଦେଖି ତାଙ୍କ ଘରକୁ ଖବର ଦେବାସହ ଶେରଗଡ଼ ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ।ଅଗ୍ନିଶମ ବାହିନୀର କର୍ମଚାରୀମାନେ ସୂର୍ଯ୍ୟ ଙ୍କୁ ଉଦ୍ଧାର କରି ଶେରଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ସୂର୍ଯ୍ୟ ଙ୍କୁ ମୃତ ଘୋଷଣା କହିଥିଲେ। ଶେରଗଡ଼ ପୋଲିସ ଶେରଗଡ଼ ଡାକ୍ତରଖାନା ରେ ପହଞ୍ଚି ସୂର୍ଯ୍ୟ ଙ୍କ ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ପଠାଇଛି।ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ଼ ଭାରପ୍ରାପ୍ତ ଅଧିକାରୀ ସତ୍ୟଜିତ ବେଣିଆ, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଏନେଇ ମୃତ ସୂର୍ଯ୍ୟ ଙ୍କ ମାଁ ଝୁନୁ ଗୌଡ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଗତ,୯ତାରିଖ ଅପରାହ୍ନ ରେ ଶେରଗଡ ଥାନା କୁମାରପାଣି ଗ୍ରାମ ଵାରସୀଂ ପୋଲ ଉପରେ ମଧୁ ବିଷୋୟୀ ଙ୍କୁ ଅପରଗୋଷ୍ଟି ସଂଘବଦ୍ଧ ହୋଇ ହତ୍ୟା କରିଥିଲେ।

nis-ad
Leave A Reply

Your email address will not be published.