ଏସ.ଡି.ସି ଅଧକ୍ଷ ଙ୍କୁ ଭେଟିଲେ ଜିଲ୍ଲାର ୫୦୦ରୁ ଉର୍ଦ୍ଧ ଆଦିବାସୀ ଜନଜାତି ସମ୍ପ୍ରଦାୟର ଦିଶାରି ପୂଜକ…

ମାଲକାନଗିରି : ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଆଡମା ରାବା ଙ୍କୁ ଆଜି ଜିଲ୍ଲା ଜନଜାତି ସମ୍ପ୍ରଦାୟର ୫୦୦ ରୁ ଅଧିକ ବିଭିନ୍ନ ଦେବା ଦେବୀଙ୍କୁ ପୂଜା କରୁଥିବା ଦିଶାରି , ପୂଜାରୀ, ବାଡେ ତାଙ୍କ କାର୍ଯ୍ୟାଳୟ ଠାରେ ଭେଟି ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କ ରେ ଜଣେଇ ଥିଲେ l ଯଥା ସେମାନଙ୍କ ଆଇ କାର୍ଡ ପରିଚୟ ପତ୍ର ଓ ପୂଜା ସ୍ଥଳୀରେ ବାଡେ ମାନଙ୍କ ପାଇଁ ସ୍ବତନ୍ତ୍ର ବିଶ୍ରାମ ଗାର ପୂଜା ପାଇଁ ଆସୁଥିବା ଶ୍ରଦ୍ଧାଳୁ ଙ୍କ ପାଇଁ ସବୁ ଦେବା ଦେବୀ ସ୍ଥଳୀରେ ରହଣି ପାଇଁ ସୁବିଧା କରିବା l ଏଭଳି ଅନେକ ବିଷୟକୁ ନେଇ ସେମାନେ ସେମାନଙ୍କ ସମସ୍ୟା ବିଷୟରେ ଜଣେଇ ଥିଲେ l ଆଦିବାସୀ ପରମ୍ପରା ଅନୁଯାୟୀ ପ୍ରତିଟି ଆଦିବାସୀ ଗ୍ରାମରେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଦ୍ଵାରା ପୂଜା କରାଯାଉ ଥିବା ମନ୍ଦିର କୁ ହୁଣ୍ଡି ବା ଗମାମ କୁହାଯାଏ l ଆଦିବାସୀ ପରମ୍ପରା ଲୋପ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ଆଦିବାସୀ ପରମ୍ପରା କଳା ଓ ସଂସ୍କୃତି ର ସଂରକ୍ଷଣ ଲାଗି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ଗଠନ କରିଛନ୍ତି l ସ୍ଵତନ୍ତ୍ର ଉନ୍ନୟନ ପରିଷଦ ବିଭାଗ ଦ୍ଵାରା ଆଦିବାସୀ ପରମ୍ପରା କଳା ସଂସ୍କୃତି କୁ ବଜେଇ ରଖିବା ଲାଗି ଆଦିବାସୀ ବହୁଳ ଜିଲ୍ଲା ଗୁଡ଼ିକ କରେ ଜଣେ ଲେଖାଏଁ ଅଧକ୍ଷ ଦାୟିତ୍ୱ ରେ ଥାଆନ୍ତି l ମାଲକାନଗିରି ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ଦାୟିତ୍ୱରେ ଆଡମା ରାବା ଥିବା ବେଳେ l ସେ ଜିଲ୍ଲାର କୋଣ ଅନୁକୋଣରେ ଥିବା ପ୍ରତ୍ୟେକଟି ହୁଣ୍ଡି ପୂଜା ସ୍ଥଳୀର ଉନ୍ନତି କରଣ ଲାଗି ବେଶ ରୂଚି ରଖନ୍ତି l ଆଜି ଆସିଥିବା ସମସ୍ତ ପୂଜାରୀ, ଦିଶାରି ଓ ବାଡେ ମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ସବୁ ସମସ୍ୟା ବିଷୟରେ ପଚାରି ବୁଝି ଥିଲେ l ଶେଷରେ ସେମାନଙ୍କୁ ଆଶ୍ୱାସନା ଦେବା ସହ ଆଗାମୀ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବୈଠକରେ ଏ ବାବଦରେ ଆଲୋଚନା କରିବା ପରେ ଯଥା ଶୀଘ୍ର କିଭଳି ସମସ୍ୟାର ସମାଧାନ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ l ଆସିଥିବା ସମସ୍ତ ସଦସ୍ୟା ଶ୍ରୀ ରାବା ଙ୍କ ପ୍ରତିଶ୍ରୁତି ଶୁଣିବା ପରେ ଖୁସି ବ୍ୟକ୍ତ କରିଥିଲେ l

nis-ad
Leave A Reply

Your email address will not be published.