ଭିତରଗଡ ପଞ୍ଚାୟତରେ ପାଞ୍ଚଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ…

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଭିତରଗଡ ପଞ୍ଚାୟତ ଲକ୍ଷ୍ମୀନାରାୟଣପୁର ମହିମା ଆଶ୍ରମ ନୂତନ ଗୃହ , ଶିଳପୋଖରୀ ପ୍ରାଥମିକ ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ , ଭିତରଗଡ ଗ୍ରାମ ପଞ୍ଚାୟତ ନୂତନ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ , ଭିତରଗଡ ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଓ ଭିତରଗଡ ଗ୍ରାମ ପଞ୍ଚାୟତ ବ୍ୟାଙ୍କିଙ୍ଗ୍ ସୁବିଧା କେନ୍ଦ୍ର ନୂତନ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ଲକ୍ଷ୍ମୀନାରାୟଣପୁରୁରେ ମହିମା ଅଲେଖ ଗାଦିର ନୂତନ ଗୃହର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁଙ୍କ କରକମଳରେ ସମ୍ପାଦିତ ହୋଇଯାଇଅଛି। | ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର , ସରପଞ୍ଚ ଇତିଶ୍ରୀ ମହାପାତ୍ର , ସମିତି ସଭ୍ୟା ନର୍ମଦା ସେଠୀ , ଡେରା ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ରାଜନଗର ବ୍ଲକ୍ ବିଜୁ ଜନତା ଦଳ ସଭାପତି ନିରଞ୍ଜନ ରାଉତ , ସାନବଡ଼ ଗୋପାଳପୁର ସରପଞ୍ଚ ଗୋଲେଖ ସ୍ବାଇଁ , କଣ୍ଡିରା ସମିତି ସଭ୍ୟ ଆର୍ତ୍ତବନ୍ଧୁ ମହାନ୍ତି , ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ବିଜୟ କୁମାର ନାୟକ , ବରିଷ୍ଠ ନେତା ଅନାଦି ଚରଣ ଦାସ , କେଶବ ସେଠି , ଜୟରାମ ରାଉତ , ସର୍ବେଶ୍ବର ମହାନ୍ତି , ପ୍ରଦୀପ ଲେଙ୍କା , ବ୍ଲକ୍ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ବିଜ୍ଞାନ ରଞ୍ଜନ ଜେନା , ଯୁବନେତା ବସନ୍ତ ରାଉତ , ସୁବାଷ ଜେନା , ସମୀର ଜେନା , ଭରତ ଖଟୁଆ , ଦୀପକ ପଲାଇ , ମଙ୍ଗରାଜ ରାଉତ , ଦୀପକ ମଣ୍ଡଳ ,ଜୟରାମ ସ୍ବାଇଁ , ସୁରଜ ପୁହାଣ , ଓ୍ବାର୍ଡ ସଭ୍ୟ ନାରାୟଣ ପାତ୍ର , ଦିନବନ୍ଧୁ ପରିଡା , ନବକିଶୋର ମଣ୍ଡଳ ଓ ନାଏବ ସରପଞ୍ଚଙ୍କ ସମେତ ଶତାଧିକ କର୍ମୀମାନେ ଯୋଗ ଦେଇଥିଲେ |

nis-ad
Leave A Reply

Your email address will not be published.