ମାଲକାନଗିରିରେ ପୁରୁଣା ପେନସନ୍ ଭାରତ ଯାତ୍ରା କାର୍ଯ୍ୟକ୍ରମ…

ମାଲକାନାଗିରି : ବୁଧବାର ପୂର୍ବାହ୍ନ ୯.୦୦ ଘଟିକା ସମୟରେ ଅଲ ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନ ଖାରବେଳ ନଗର, ଭୁବନେଶ୍ବର, ମାଲକାନଗିରି ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଡି. ଏନ୍. କେ. ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ହରିଆନା ରାଜ୍ୟରୁ ପୁରୁଣା ପେନସନ୍ ଭାରତ ଯାତ୍ରା ସଚେତନତା ରଥ ଟି ବାହାରି ପଶ୍ଚିମବଙ୍ଗ ରାଜ୍ଯ ଅତିକ୍ରମ କରି ଓଡିଶାର ବିଭିନ୍ନ ଜିଲ୍ଲା ରେ କାର୍ଯ୍ୟକ୍ରମ କରି ମାଲାକାନଗିରି ଜିଲ୍ଲାରେ ପହଂଚିଥିଲା। ପ୍ରଥମେ ବିରାଟ ପଟୁଆରରେ ସହର ପରିକ୍ରମା କରି ସଚେତନତା ରଥ ଡି. ଏନ୍. କେ. ଖେଳ ପଡିଆ ପରିସରରେ ପହଞ୍ଚିଥିଲା। ତତ୍ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ, ନିଉ ଦିଲ୍ଲୀ ର ଉପ ସଭାପତି ଶ୍ରୀଯୁକ୍ତ ରାମ ଅବତାର ପାଣ୍ଡେ, ସଭାପତି ଭାବରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀଯୁକ୍ତ ନୀଳକଣ୍ଠ ବେହେରା,. ମୁଖ୍ୟ ବକ୍ତା ଭାବରେ ଅମଲା ସଂଘର ସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ନାୟକ ଯୋଗଦେଇ ନୂତନ ପେନସନ୍ ଓ ପୁରାତନ ପେନସନ୍ ଭିତରେ ଥିବା ତାରତମ୍ୟ କୁ ବୁଝାଇବା ସହ ପୁରୁଣା ପେନସନ ଲାଗୁ କରିବା ପାଇଁ ସରକାର ଙ୍କ ନିକଟରେ ଦାବି ରଖିଥିଲେ। ଯୁବ କବି, ତଥା ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ଖାରବେଳ ନଗର ଭୁବନେଶ୍ୱର ର ଯୁଗ୍ମ ସମ୍ପାଦକ ଯଚିନ୍ଦ୍ର ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଲୋକନାଥ ସାହୁ, ଜିଲ୍ଲା ଓସ୍ତା ପୂର୍ବତନ ସଭାପତି ଅଜୟ କୁମାର ସ୍ଵାଇଁ, ଜିଲ୍ଲା ସମ୍ପାଦକ ଉଚ୍ଚ ବିଦ୍ୟାଳୟ NPS ଶ୍ରୀଯୁକ୍ତ ସନ୍ଦୀପ ଦାସ, ଅଫିସ ପରିଚାଳନା ସମ୍ପାଦକ AUPTF, ଖାରବେଳ ନଗର ଲକ୍ଷ୍ମଣ ବେହେରା, କେନ୍ଦ୍ରୀୟ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି, ଏସ୍. ଟି /ଏସ୍, ସି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଶ୍ଵନାଥ ଶବର, ସମ୍ପାଦକ ଇର୍ମା ପଡିଆମି,ଜିଲ୍ଲା ପ୍ରାଥମିକ ଶିକ୍ଷକ nps ସଙ୍ଘ ର ସଭାପତି ଶ୍ରୀଯୁକ୍ତ ରାମ ପ୍ରସାଦ ପାଢି, ଏକ୍ସ କ୍ୟାଡର୍ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ପଦ୍ମ ଚରଣ ରଥ ଆଦି ଯୋଗ ଦେଇ ପୁରୁଣା ପେନସନ ପାଇଁ ବହୁବିଧ ମତ ରଖିଥିଲେ ଓ ops ଲାଗୁ କରିବା ପାଇଁ ସରକାରଙ୍କ ନିକଟରେ ଦାବି ରଖିଥିଲେ। ସର୍ବଶେଷରେ କୋରୁକୋଣ୍ଡା ବ୍ଲକ ଏକ୍ସ କ୍ୟାଡର୍ ଶିକ୍ଷକ ସଙ୍ଗ ର ସମ୍ପାଦକ ଶ୍ରୀଯୁକ୍ତ ଭୀମ ଖିଲ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.