ରାଜନଗର ପୋଲିସିକୁ ବଡ ସଫଳତା, ୫ ଲୁଟେରା ସହ ଚୋରି ସାମଗ୍ରୀ ଜଵତ

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ପୋଲିସ ଆଖିରେ ଧୂଳି ଦେଇ ଚୋରି କରି ଖସି ଯାଉ ଥିବା ବେଳେ ରାଜନଗର ଓ ନିକିରାଇ ପୋଲିସ ଜାଲରେ ଛନ୍ଦି ହୋଇ ଜଣେ ନା ବାଳକ ସହ ୪ ଲୁଟେରା ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଥିବା ଆଜି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍.ପି ଜଳଧର ଜାଲି ସୂଚନା ଦେଇଛନ୍ତି | ପ୍ରକଶ ଥାଉକି ଗତ ଅଗଷ୍ଟ ୧୯ ତାରିଖ ଦିନ ରାଜନଗର ଥାନା ସଦର ମହକୁମାରେ ରମାକାନ୍ତ ନାୟକଙ୍କ ଘରୁ ରାତ୍ର ପ୍ରାୟ 10ଟା ସମୟରେ ସ୍ୱାମୀ ସ୍ତ୍ରୀ ଙ୍କ ହାତ ଗୋଡ ବାନ୍ଧି ଲୁଟେରା ମାନେ ସୁନା ଅଳଙ୍କା ସହ ଟଙ୍କା ଚୋରି କରି ନେଇ ଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇ ଥିଲା | ପୋଲିସ ଅଭିଯୋଗକୁ ଭିତ୍ତିକରି ଥାନ କେସ୍ ନଂ -549/2023 ପ୍ରକାରେ ଲୁଟେରାଙ୍କୁ ଧରିବାକୁ ଜାଲ ବିଛାଇ ତଦନ୍ତ ଜାରି ରଖିଥିଲା | ଏହି ସମୟ ମଧ୍ୟରେ ନିକିରାଇ ଥାନ ଅଞ୍ଚଳ ରୁ ଏକ ଦିବ୍ୟାଙ୍ଗଙ୍କ ଦୋକାନରୁ ଚୋରି ହୋଇ ଥିବାନେଇ ଥାନାରେ ଅଭିଯୋଗ ହୋଇ ଥିଲା । ନିକିରାଇ ପୋଲିସ କେଶନଂ 92/23 ପ୍ରକାରେ ଉକ୍ତ ଘଟଣା ଉପରେ ତଦନ୍ତ କରୁଥିବା ସମୟରେ ଚୋରିହୋଇଥିବା କ୍ୟାବିନରେ ଚୋରମାନେ ମୋବାଲି ଫୋନ ଛାଡି ଯାଇଥିଲେ।ସେହି ମୋବାଇଲ କୁ ଭିତ୍ତି କରି ମୁଖ୍ୟ ଆସାମୀ ବାବୁରାମ ଦାସ କୁ ଗିରଫ୍ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ନିକିରାଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରାଜନଗର ପୋଲିସ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ବଳିଆ ଦାସ, ଅର୍ଜୁନ ଦାସ, ପ୍ରସନ୍ନ ସାହୁ,ଆଳି ଥାନଅଞ୍ଚଳର ଧନ ଦାସ ଏବଂ ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ନା ବାଳକଙ୍କୁ ପୋଲିସ ଗିରଫ୍ କରି ଏମାନଙ୍କ ନାମରେ ବିଭିନ୍ନ ଦଫା ଲଗାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ନା ବାଳକକୁ ଜୁଭିନାଲ୍ କୋର୍ଟ କୁ ପଠା ଯାଇଛି | ସମ୍ପୃକ୍ତ ଚୋର ମାନଙ୍କ ଠାରୁ ପାଞ୍ଚୋଟି ସୁନାର ସାଂଖି, ଚାରୋଟି ମୁଦି, ଦୁଇଟା କାନଫୁଲ ସମେତ ଅନ୍ୟାନ ଅଳଙ୍କାର ସହ 2445 ଟଙ୍କା ଜବତ କରାଯାଇଛି ।ଏଥିରେ ସାମିଲି ଥିବା ଅନ୍ୟ ବ୍ୟକ୍ତି ମାନଙ୍କୁ ଖୁବ୍ କମ ଦିନ ମଧ୍ୟରେ ଧରିବା କୁ ପ୍ରୟାସ ଜାରି ରହି ଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି |

nis-ad
Leave A Reply

Your email address will not be published.